ଭୁବନେଶ୍ୱର: ସ୍ଵତନ୍ତ୍ର ଟାସ୍କ ଫୋର୍ସ ଓ ଡ୍ରଗ କଣ୍ଟ୍ରୋଲରଙ୍କ ପକ୍ଷରୁ ଭୁବନେଶ୍ବର ଓ କଟକରୁ ୧ କୋଟି ଟଙ୍କାର କଫ୍ ସିରପ୍ ଜବତ କରାଯାଇଛି। କଟକରୁ ପ୍ରାୟ ୧୩ ହଜାର ୧୫୮ ବୋତଲ କଫ୍ ସିରପ୍ ଜବତ କରାଯାଇଛି। ସେହିପରି ଭୁବନେଶ୍ଵରରୁ ୧୩ ହଜାର ୫୦୦ ବୋତଲ କଫ୍ ସିରପ୍ ଜବତ ହୋଇଥିବା ସୂଚନା। ଭୁବନେଶ୍ଵରରୁ ଜବତ ହୋଇଥିବା କଫ୍ ସିରପ୍ ର ମୂଲ୍ୟ ୫୨ ଲକ୍ଷ ୭୮ ହଜାର ଟଙ୍କା ହୋଇଥିବା ଜଣାପଡ଼ିଛି। କଫ୍ ସିରପ୍ ରେ କୋଡିନ ମିଶାଇ ନିଶା ଦ୍ରବ୍ୟ ଭାବେ ବ୍ୟବହାର କରାଯାଉଥିଲା। ପ୍ରତି କଫ୍ ସିରପ୍ ବୋତଲର ମୂଲ୍ୟ ୧୯୯୯ ଟଙ୍କା ରଖାଯାଇଥିଲା।
powered by social2s