କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ବଡ଼ପଡ଼ା ଗାଁରେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏ ଏସ ଆଇ ସୈଳେନ୍ଦ୍ର ପଳେଇଙ୍କ ବଦଳି ହୋଇଛି। ଏସ୍ପିଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇରୁ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ମାମଲାର ନିରପେକ୍ଷ ତଦନ୍ତ ପାଇଁ ବଦଳି କରାଯାଇଥିବା ସୂଚନା। ଝିଅର ଅଭିଯୋଗ ପୋଲିସ ରଖିନଥିବା କହିଥିଲେ ତାଙ୍କ ବାପା। ଗତକାଲି ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହତ୍ୟା କରିଥିଲେ ଯୁକ୍ତ ୩ ଛାତ୍ରୀ। ଝିଅକୁ ବ୍ଲାକମେଲ କରାଯାଉଥିବା ଅଭିଯୋଗ କରିଛନ୍ତି ବାପା।
powered by social2s