କଟକ: ଓଡ଼ିଶା ହାଇକୋର୍ଟ ନିକଟରେ ଗାଡ଼ିରେ ନିଆଁ ଲଗାଇଥିଲେ ଜଣେ ମହିଳା। ମହିଳା ଜଣଙ୍କୁ ଧରିଲା ଲାଲବାଗ ଥାନା ପୋଲିସ। ନିଆଁ ଲଗାଇଥିବା କଥାକୁ ମହିଳା ସ୍ବୀକାର କରିଛନ୍ତି। କାହିଁକି ନିଆଁ ଲଗାଇଥିଲେ ତାଙ୍କ କଥାରେ ତାଳମେଳ ରହୁ ନାହିଁ। ଗୋଟିଏ ସ୍କର୍ପିଓ ଓ ୩ଟି ବାଇକ୍ ଜଳିଯାଇଛି। ମହିଳା ଜଣକ ନିଆଁ ଲଗାଉଥିବା ଏକ ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ଉଠେଇନେଲା ପୋଲିସ୍।
powered by social2s