ବ୍ରହ୍ମପୁରରେ ଏନ୍‌କାଉଣ୍ଟର; ଅପରାଧୀ ଜଗା ସାହୁ ଆହତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଜଣେ ଅଭିଯୁକ୍ତକୁ ପୋଲିସର ଏନ୍‌କାଉଣ୍ଟର କରିଛି। ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର କରାଯାଇଛି। ଜଗାର ଦୁଇ ଆଣ୍ଠୁରେ ବାଜିଛି ଗୁଳି। ବ୍ରହ୍ମପୁର ଉପକଣ୍ଠ ବାଉରୀ ସୁକୁଣ୍ଡାରେ ହୋଇଛି ଏନ୍‌କାଉଣ୍ଟର। କାଲି ରାତିରେ ଜଣେ ଯୁବକଙ୍କୁ ହାଣି ଫେରାର ଥିଲା ଜଗା। ଭିଡିଓ ଭାଇରଲ ହେବାର ୫ ଘଣ୍ଟା ଭିତରେ ଏନ୍‌କାଉଣ୍ଟର କଲା ପୋଲିସ। ପୋଲିସକୁ ଦେଖି ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା ଜଗା। ପୋଲିସର ପାଲଟା ଗୁଳିରେ ଜଗା ଆହତ ହୋଇଛି। ଅପରାଧୀକୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। ବଡ଼ବଜାର ଓ ସଦର ଥାନାରେ ଜଗା ନାଁରେ ୯ଟି ମାମଲା ରହିଛି।

powered by social2s