ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଝିରପାଣି ନିକଟରେ ଡବଲ୍ ଏନ୍କାଉଣ୍ଟର ହୋଇଛି। ୨ ହତ୍ୟା ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କଲା ପୋଲିସ୍। ଅଭିଯୁକ୍ତଙ୍କ ନିକଟରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଛି। ପୋଲିସ୍ ଏନ୍କାଉଣ୍ଟରରେ ଚୁନୁ ଓ ସୁଶାନ୍ତ ଗୁରୁତର ଆହତ ହୋଇଛନ୍ତି। ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେକ୍ଟର୍ ୭ ଥାନା ଅଞ୍ଚଳରେ ତୋଫାନ ବିନ୍ଧାଣି ନାମକ ଯୁବକଙ୍କ ହତ୍ୟା ଘଟଣାରେ ସଂପୃକ୍ତି ଅଭିଯୋଗ ହୋଇଛି। ଜୁନ ୧୬ ତାରିଖରେ ସେକ୍ଟର୍ ୬ ସ୍କୁଲ୍ ପଡ଼ିଆରେ ଯୁବକଙ୍କୁ ୧୦ ରୁ ଅଧିକ ଯୁବକ ଆକ୍ରମଣ କରିଥିଲେ।
powered by social2s