ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ୍ କାଳିଆ ଆହତ ହୋଇଛି। କାଳିଆର ଡାହାଣ ଆଣ୍ଠୁରେ ବାଜିଛି ଗୁଳି। କୋଦଳା-ସିଂହାସିନୀ ରୋଡ୍ରେ ପୁରୁଷୋତ୍ତମପୁର ଥାନା ପୋଲିସ ସହ ମୁହାଁମୁହିଁ ହୋଇଥିଲା। ପୋଲିସ ଉପରକୁ ଗୁଳି ଚଳାଇଥିଲା କାଳିଆ। ଜବାବରେ ଏନ୍କାଉଣ୍ଟର କରିଛି ପୋଲିସ। କାଳିଆ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ଅପରାଧିକ ମାମଲା ରହିଛି। ପୁରୁଷୋତ୍ତମପୁର ଥାନାର ୩ଟି ମାମଲାରେ ଫେରାର ଥିଲା।
powered by social2s