କୋଟଗଡ଼ ଘାଟିରେ ଦମ୍ପତିଙ୍କ ଠାରୁ ଲୁଟ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କୋଟଗଡ଼ ଘାଟିରେ ଏକ ଦମ୍ପତିଙ୍କ ଠାରୁ ଲୁଟ ହୋଇଥିବାର ସୂଚନା ମିଳିଛି। ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ଵୋଲଗଡ଼ ଅଞ୍ଚଳର ସୁରେଶ କୁମାର ଜେନା ଓ ତାଙ୍କ ପତ୍ନୀ ମାମିନା ଜେନା ଏକ ବାଇକ ରେ ରାଜସୁନାଖାଳ ରୁ ରଣପୁର ଅଭିମୁଖେ ଯାଉଥିଲେ। ନିଛାଟିଆ ସମୟର ସୁଯୋଗ ନେଇ ୩ ଜଣ ଦୁର୍ବୁତ୍ତ ତାଙ୍କୁ ପିଛା କରି ଆସି ବନ୍ଧୁକ ଦେଖାଇ ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ। ଦମ୍ପତି ଡକାୟତଙ୍କୁ କାବୁ କରିବାକୁ ଚେଷ୍ଟା କଲାବେଳେ ସେମାନେ ସୁରେଶ ଙ୍କ ମୁଣ୍ଡକୁ ବନ୍ଧୁକରେ ଆକ୍ରମଣ କରିଥିଲେ। ଏହାପରେ ମାମିନା ଙ୍କ ପାଖରୁ ଲୁଟେରା ମାନେ ୯,୦୦୦ ଟଙ୍କା, ସୁନା ଚେନ ଓ ମୋବାଇଲ ଫୋନ ଥିବା ଏକ ବ୍ୟାଗ ଛଡ଼ାଇ ନେଇ ପଳାଇଥିଲେ। ଏ ନେଇ ରାଜସୁନାଖାଳ ଫାଣ୍ଡିରେ ଏତଲା ହୋଇଛି। ସୁରେଶ ଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ରାଜସୁନାଖାଳ ମେଡିକାଲ ରେ ଚିକିତ୍ସା କରାଯାଇଛି।

powered by social2s