ଭୁବନେଶ୍ୱର ନୟାପଲ୍ଲୀରେ ଯୁବତୀ ଦୁଷ୍କର୍ମ ଘଟଣାରେ ପୁଲିସର ଏନକାଉଣ୍ଟର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀରେ ଯୁବତୀ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ଏନକାଉଣ୍ଟର କଲା ପୋଲିସ। ଖସିଯିବାକୁ ଉଦ୍ୟମ କରି ପୁଲିସ ଉପରକୁ ଗୁଳି ଚଳାଇଥିବା ବେଳେ ପୁଲିସର ପାଲଟା ଗୁଳିରେ ଅଭିଯୁକ୍ତ ଶ୍ରୀଧର ପଣ୍ଡାର ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ସେ ମଞ୍ଚେଶ୍ୱର ଅଞ୍ଚଳରେ ରହୁଥିଲା। ଆହତ ଅଭିଯୁକ୍ତଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରୀଧର ନାମରେ ତମାଣ୍ଡୋ ଓ ଖଣ୍ଡଗିରି ଥାନାରେ ମୋବାଇଲ ଚୋରି ମାମଲା ରହିଛି ବୋଲି ପୋଲିସ କମିଶନର ଏସ ଦେବଦତ୍ତ ସିଂ। କମିଶନର ଦେଇଥିବା ସୂଚନା ଅନୁଯାୟୀ ୧୦୦ ଜଣ ପୋଲିସ କର୍ମଚାରୀ ଅଭିଯୁକ୍ତକୁ ଧରିବାରେ ନିୟୋଜିତ ଥିଲେ, ସେମାନେ ୪୮ ଘଣ୍ଟା ନସୋଇ ଅପରେସନ ଚଳାଇଥିଲେ।

powered by social2s