ଭୁବନେଶ୍ୱର: ଭୁବନେଶ୍ୱର ଗଡ଼କଣ ଅଞ୍ଚଳସ୍ଥିତ କେଳୁଚରଣ ପାର୍କ ପାଖରୁ ଜଣେ ଯୁବକଙ୍କ ଅଧାପୋଡ଼ା ଓ ଗଳିତ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ମୃତଦେହ ସାରା ପୋଡ଼ି ଚିହ୍ନ ରହିଥିବା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନରେ ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ପୋଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି। ମୃତ ଯୁବକଙ୍କ ପରିଚୟ ଓ ହତ୍ୟାର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି।
powered by social2s