କୋରାପୁଟରେ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କାଞ୍ଚନା ଛକରୁ ୮ କୁଇଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୮୦ ଲକ୍ଷ୍ୟ ଟଙ୍କା ହେବ। ଗତକାଲି ବିଳମ୍ବିତ ରାତିରେ ଗାଡି ଯାଞ୍ଚ ବେଳେ ଲମତାପୁଟ ପୋଲିସ ଦ୍ୱାରା ଜବତ ହୋଇଛି ଗଞ୍ଜେଇ। ମାଛକୁଣ୍ଡ ଅଞ୍ଚଳରୁ ଉତ୍ତର ପ୍ରଦେଶ କୁ ଚାଲାଣ ବେଳେ ଧରିଲା ପୋଲିସ। ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଦୁଇ ଜଣ ଗିରଫ ହୋଇଛନ୍ତି । ତାଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଜବତ ହୋଇଥିବା ଜଣାପଡ଼ିଛି।

powered by social2s