ଭୁବନେଶ୍ୱର: ବୋମା ମାଡ଼ରେ ଜଣେ ଧାନ ବ୍ୟବସାୟୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଠାରେ ଏହି ଘଟଣା ଘଟିଛି। ଗୁରୁତର ସଦାଶିବ ମିଶ୍ରଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସଦାଶିବଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଗଲା। ଗତକାଲି ରାତିରେ ସଦାଶିବ ଘରେ ଥିବା ବେଳେ ଜଣେ ଦୁର୍ବୁତ୍ତ ତାଙ୍କୁ ଫୋନ କରି ଡାକିଥିଲା। ସେ ଡାକିଥିବା ସ୍ଥାନକୁ ଗଲାପରେ ସଦାଶିବଙ୍କ ଉପରକୁ ଦୁଇ ଜଣ ଦୁର୍ବୁତ୍ତ ସୁତୁଳି ବୋମା ଫିଙ୍ଗି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ବୋମାଟି ପ୍ରଚଣ୍ଡ ଶବ୍ଦ କରିବାରୁ ଗାଁ ଲୋକେ ଦେଖିବାକୁ ଆସିଥିଲେ। ସଦାଶିବଙ୍କୁ ରାସ୍ତାରେ ପଡିଥିବା ଦେଖି ସେମାନେ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
powered by social2s