ଭୁବନେଶ୍ୱର: କୁଇକ ଆକ୍ସନ ଟିମ(QAT) ଓ ବଡଗଡ଼ ଥାନା ପୋଲିସ ମିଳିତ ଚଢ଼ାଉ କରି ସ୍ଥାନୀୟ ବଡଗଡ଼ ଥାନା ଅନ୍ତର୍ଗତ ଚିଲି ପୋଖରୀ ଛକରୁ ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବା ଜଣେ ଯୁବକକୁ ଗିରଫ କରିଛନ୍ତି। ଅଭିଯୁକ୍ତ ନିକଟରୁ ୫୭୫ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି।ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଯୁବକର ନାମ ବିଟୁ ଖାଁ ।
powered by social2s