ଭୁବନେଶ୍ୱର: ଆଜି ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଛକରୁ ଦୁଇ ଜଣ ଏଟିଏମ ଲୁଟେରା ଗିରଫ ହୋଇଥିବା ସୂଚନା ମିଳିଛି। State Bank of India ର ଏକ ଏଟିଏମ ରୁ ଟଙ୍କା ଲୁଟ ଉଦ୍ୟମ କରୁଥିବା ବେଳେ ଏହି ଦୁଇ ଜଣଙ୍କୁ କାବୁ କଲେ ସ୍ଥାନୀୟ ଲୋକେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଦୁଇ ଜଣ ବିହାର ର ହୋଇଥିବା ଜଣାପଡ଼ିଛି। ସେମାନେ ଏଟିଏମ ରେ ଏକ ମେସିନ ଲଗାଇ ଲୋକଙ୍କ ପିନ୍ ନମ୍ବର ଜାଣିପାରୁଥିଲେ। ସେହି ପିନ୍ କୁ ବ୍ୟବହାର କରି ଟଙ୍କା ଲୁଟିନେବାରେ ସକ୍ଷମ ହେଉଥିଲେ। ଏଟିଏମ ରକ୍ଷଣାବେକ୍ଷଣ ଦାଇତ୍ୱରେ ଥିବା ବ୍ୟକ୍ତି ଏ ବିଷୟରେ ଜାଣିପାରିଥିଲେ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଲୁଟେରାଙ୍କୁ କାବୁ କରିଥିଲେ।
powered by social2s