ଭୁବନେଶ୍ୱରରେ ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଅପରାହ୍ନରେ ଭୁବନେଶ୍ୱର ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ଏସ ବି ଆଇ ର( ଅଟଳା ) ଶାଖାରୁ ଡକାୟତି ଉଦ୍ୟମ ହୋଇଛି। ବ୍ୟାଙ୍କ ବନ୍ଦ ହେବା ସମୟରେ ଶେଷ ଗ୍ରାହକ ରୂପରେ ସ୍ଥାନୀୟ ଅଞ୍ଚଳର ଉମାକାନ୍ତ ପରିଡ଼ା ନାମକ ଜୈନକ ଯୁବକ ଥିଲେ। ସେ ସମୟରେ ବ୍ୟାଙ୍କରେ ମାତ୍ର ଚାରି ଜଣ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ। ସୁଯୋଗ ଦେଖି ଯୁବକ ଜଣକ ଏକ ଖେଳନା ବନ୍ଧୁକରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ଭୟଭୀତ କରି ନଗଦ ୮ ଲକ୍ଷ ୬୩ ହଜାର ୫୮ ଟଙ୍କା ଓ ୮ ଲକ୍ଷ ୩୦ ହଜାର ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟ କରି ବ୍ୟାଙ୍କ ପାଚେରୀ ଡେଇଁ ଖସି ଯାଉଥିବା ସମୟରେ ବ୍ୟାଙ୍କ କର୍ମଚାରୀ ଓ ସ୍ଥାନୀୟ ଲୋକେ ତାକୁ ବିଲ ଭିତରେ କାବୁ କରିଥିଲେ। ଖବର ପାଇ ବାଲିଅନ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ହେପାଯତକୁ ନେବା ସହ ତା ପାଖରୁ ସମସ୍ତ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଥିବା ସୂଚନା ମିଳିଛି।ଆହୁରି ମଧ୍ୟ ସେ ସେ ଆସିଥିବା ବାଇକ, ଗୋଟିଏ ଛୁରୀ ଓ ଖେଳଣା ବନ୍ଧୁକ ଟିକୁ ମଧ୍ୟ ପୋଲିସ ଜବତ କରିଛି।

powered by social2s