ଆନନ୍ଦପୁର: ନିଶା ସେବନ ପାଇଁ ଟଙ୍କା ନଦେବାରୁ ଜଣେ ମହିଳାଙ୍କୁ ତାଙ୍କ ପୁଅ ଏକ ଧାରୁଆ ଅସ୍ତ୍ରରେ ହାଣି ଦେଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଖଡ଼ିବିଲ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ମଣ୍ଟୁ ଜେନା ନିଶା ଦ୍ରବ୍ୟ କିଣି ସେବନ କରିବା ପାଇଁ ତା ମାଆ ରଙ୍ଗବତୀ ଜେନାଙ୍କ ୫୦୦ ଟଙ୍କା ମାଗିଥିଲା। ହେଲେ ରଙ୍ଗବତୀ ତାଙ୍କୁ ୩୦ ଟଙ୍କା ଦେଇଥିଲେ। ଏହା ପରେ ଉତ୍ୟକ୍ତ ହୋଇ ମଣ୍ଟୁ ତା ମାଆ ରଙ୍ଗବତୀଙ୍କୁ ଆକ୍ରମଣ କରିଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରଙ୍ଗବତୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି।
powered by social2s