ଭୁବନେଶ୍ୱର: ଭୁବନେଶ୍ୱର ହାଇ ଟେକ୍ ଛକ ନିକଟରୁ ୨୫୬ ଗ୍ରାମ ବ୍ରାଉନ ସୁଗର ଜବତ କରିଛି ଏଆର ଫିଲ୍ଡ ଥାନା ପୋଲିସ। ଏହି ଘଟଣାରେ ଉତ୍ତର ପ୍ରଦେଶର ଆନନ୍ଦ କୁମାର ନାମକ ଜଣେ ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି। ଆନନ୍ଦ ସ୍ଥାନୀୟ କରଗିଲ ବସ୍ତିରେ ରହି ବ୍ରାଉନ ସୁଗର ବେପାର କରୁଥିଲେ। ତାଙ୍କ ନିକଟରୁ ନଗଦ ୭,୭୫୦ ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଜବତ ହୋଇଛି। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ।
powered by social2s