କୋରାପୁଟରେ ୫ ଲକ୍ଷ୍ୟ ଟଙ୍କାର ଗଞ୍ଜେଇ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୂଟ ଅଞ୍ଚଳରୁ ୫୦ କେଜି ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ। ଗତକାଲି ବିଳମ୍ବିତ ରାତିରେ ଏକ କାର୍ ରୁ ଦୁଇ ବସ୍ତା ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଜଣ ହେଲେ କଦମଗୁଡ଼ା ର ସୁକଦେବ ସୀସା ଓ ଉତ୍ତର ପ୍ରଦେଶ ର ସନ୍ତୋଷ ଯାଦବ। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର ଅନକାଦେଲି ଅଞ୍ଚଳରୁ ଉତ୍ତର ପ୍ରଦେଶ ଚାଲାଣ କରାଯାଉଥିଲା ଗଞ୍ଜେଇ। ଜବତ ଗଞ୍ଜେଇ ର ଆନୁମାନିକ ମୁଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ।

powered by social2s