ଢେଙ୍କାନାଳ: ଆଜି ଦିନ ଦିପ୍ରହରରେ ଢେଙ୍କାନାଳ ଜିଲ୍ଲା ରସୋଳରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ଓ ସୁନା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଦୁଇଟି ବୁଲେଟ୍ ରେ ୪ ଜଣ ମୁଖା ପିନ୍ଧା ଦୁର୍ବୁତ୍ତ ବ୍ୟାଙ୍କରେ ପଶି ବନ୍ଧୁକ ଓ ଛୁରୀ ଦେଖାଇ କର୍ମଚାରୀ ଓ ଗ୍ରାହକଙ୍କୁ ଭୟବିତ କରିଥିଲେ। ପରେ ଦୁଇ ଜଣ କର୍ମଚାରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ସମସ୍ତ କର୍ମଚାରୀଙ୍କୁ ଏକ କୋଠରୀରେ ବନ୍ଦ କରି ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ପହଞ୍ଚି କର୍ମଚାରୀଙ୍କୁ ଉଦ୍ଧାର କରିଥିଲା। ଆହତ କର୍ମଚାରୀ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
powered by social2s