ଭୁବନ ପରିବା ମାର୍କେଟରୁ ଧରା ପଡ଼ିଲେ ଦୁଇ ଜଣ ଚୋର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ପରିବା ମାର୍କେଟରେ ଶିକ୍ଷକ ମନୋଜ ସାହୁ ଙ୍କ ମୋବାଇଲ ଚୋରି ହୋଇଥିଲା, କିଛି ସମୟ ବ୍ୟବଧାନରେ ବ୍ରହ୍ମାନନ୍ଦ ସାହୁଙ୍କ ମୋବାଇଲ ଟି ଚୋରି ହୋଇଥିଲା।ମୋବାଇଲ ଚୋରି ଘଟଣା ପରିବା ବଜାର ରେ ଦ୍ରୁତ ଗତିରେ ପ୍ରଘଟ ହୋଇଯାଇଥିଲା।ଏହାପରେ ବଜାର କମିଟର ସମସ୍ତ ସଦସ୍ୟ ପରିବା ବଜାରକୁ ସଂଯୋଗ କରୁଥିବା ସମସ୍ତ ବାଟକୁ ଜଗିଥିଲେ। ଶେଷରେ ଦୁଇ ଜଣ ଅଚିହ୍ନା ଯୁବକ ଲୋକଙ୍କ ଦୃଷ୍ଟି କୁ ଆସିଥିଲେ, ସେମାନଙ୍କୁ ବଜାର କମିଟି ସଦସ୍ୟ ଅଟକ ରଖି ତଲlସି କରିଥିଲେ, ଯାହା ଫଳରେ ଦୁଇ ଜଣକ ଠାରୁ ତିନୋଟି ଦାମୀ ମୋବାଇଲ ସହ ଗୋଟିଏ ବାଇକ ଜବତ ହୋଇଥିଲା, ଦୁଇ ଚୋରଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ, ସ୍ଥାନୀୟ ଜନସାଧାରଣ, ସେପଟେ ଖବର ପାଇ ଭୁବନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଚୋରଙ୍କୁ ଧରିବା ସହିତ ତିନୋଟି ମୋବାଇଲ ଓ ଗୋଟିଏ ବାଇକ କୁ ଜବତ କରିଛି, ତେବେ ଅଟକ ଥିବା ଦୁଇ ମୋବlଇଲ ଚୋର ବିହାର ର ବୋଲି ଜଣା ପଡିଛି, ସେମାନଙ୍କର ନାମ ମାଇକେଲ ସନ୍ତୋଷ ଓ ଅକ୍ଷୟ ବୋଲି ଜଣାପଡିଛି, ଦ୍ରିଘ ଦିନ ହେବ ଏପରି ଲୁଟ କାର୍ଯ୍ୟ ଲିପ୍ତ ଥିଲେ ବୋଲି ସୂଚନା ମିଳିଛି।

powered by social2s