ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନିକଟସ୍ଥ ମୋହନପୁର ଗାଁରେ ବେଆଇନ ମଦ ତିଆରି ବେଳେ ଅବକାରୀ ବିଭାଗ କର୍ମଚାରୀ ଚଢ଼ାଉ କରିଥିଲେ। ଏହି ଘଟଣାରେ ୧୧ ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ମଦ ତିଆରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଅବକାରୀ ଅଧିକ୍ଷକ ଦିଲୀପ କୁମାର ପଲାଇ।
powered by social2s