ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦିପୁର୍ ଠାରେ ତିନି ଗୋଟି ମାଙ୍କଡ଼ା ପଥର ଖଣି । ଚଳିତ ବର୍ଷ ଗୋଟିଏ ଖଣି ନିଲାମ ଦିଆଯାଇଥିଲା । ଏହାର ସୁଯୋଗ ନେଇ ନିଲାମ ଅଞ୍ଚଳ କୁ ବାଦ୍ ଦେଇ ଅନ୍ୟ ଅଞ୍ଚଳ ରୁ ପଥର କାଟି ବ୍ୟବସାୟ କରୁଥିବା ର ଅଭିଯୋଗ କୁ ଭିତ୍ତି କରି ଉପଜିଲ୍ଲାପାଳ ପ୍ରବେସନ ବିଭୁତି ଭୁଷଣ ନାୟକ ଓ ଅନ୍ୟ ସହଯୋଗୀ ମାନଙ୍କ ସହ ଯାଇ ଚଢାଉ କରିଥିଲେ ଯାହାଫଳରେ ବେପାରୀ ଓ ପ୍ରଶାସନ ମୁହାଁମୁହିଁ ହୋଇ ମାରପିଟ୍ ହୋଇଥିଲା ପ୍ରଶାସନ ପକ୍ଷରୁ ତିନି ଜଣ ଆଘାତ ହେବାସହ ଅନ୍ୟ ଜଣେ ଗୃରୁତର ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଇଛନ୍ତି । ଖବରପାଇ ସଦର ପୋଲିସ ତନାଘନା ଆରମ୍ଭ କରି ଆଠ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ଆହୁରି ଅନେକ ଗିରଫ ହେବା ର ସମ୍ଭାବନା ରହିଛି । ଏ ବିଷୟରେ ଜିଲ୍ଲା ପାଳ ଆହୁରି କୋଠର ନୀତି କୁ ଗ୍ରହଣ କରିଛନ୍ତି । ଯେଉଁ ମାନେ ସରକାର ଙ୍କ ରାଜସ୍ୱ ହାନି କରିବେ ବା ଚୋରି କରିବେ ସେମାନେ ପ୍ରଶାସନ ହାତରୁ ଖସି ପାରିବେ ନାହିଁ ଏ ଭଳି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ ଏବେ ଦେଖିବାକୁ ବାକି ରହିଲା ଆଗକୁ କ'ଣ ଜିଲ୍ଲା ପାଳ ଙ୍କ ଆଦେଶ କେତେ କାର୍ଯ୍ୟ କରୁଛି।
ପୁଣି ଚୋରା ବେପାରୀ ଓ ପ୍ରଶାସନ ମୁହାଁମୁହିଁ
Tools
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s