ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ପଡ଼ିଆ ରେ ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଛି। ଚାକରା ର ଡାହାଣ ଗୋଡ଼ ରେ ଗୁଳି ବାଜିଲା ପରେ ତାକୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ପୋଲିସ୍ କୁ ଦେଖି ଚକରା ଓ ତାର ସହଯୋଗୀ ବୋମାମାଡ଼ କରିଥିଲେ। ଏଥିରେ ଦୁଇ ଜଣ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ, ୪ ରାଉଣ୍ଡ ଅଫୁଟା ଗୁଳି, ୬ ଟି ଅଫୁଟା ବୋମା ଓ ଏକ କାର୍ ଜବତ ହୋଇଥବା ସୂଚନା ମିଳିଛି।
powered by social2s