ପିପିଲି: ପୁରୀ ଜିଲ୍ଲା ପିପିଲି ମଙ୍ଗଳପୁର ବାଇପାସ୍ ରେ ଦମ୍ପତିଙ୍କୁ ଆକ୍ରମଣ କରି ଲୁଟିଲେ ତିନି ଦୁର୍ବୁତ୍ତ। ସୂଚନା ଅନୁଯାୟୀ, ମୋବାଇଲ ଫୋନ, ୫,୦୦୦ ଟଙ୍କା ଓ ମଙ୍ଗଳ ସୂତ୍ର ଲୁଟିନେଲେ ଦୁର୍ବୁତ୍ତ। ଗୁରୁତର ପ୍ରତାପ ସ୍ୱାଇଁ ଓ ମିତାଲି ମଧୁସ୍ମିତା ସ୍ୱାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି। ପୁରୀରେ ଜଗନ୍ନାଥ ଦର୍ଶନ କରି ଭୁବନେଶ୍ୱର ଫେରୁଥିଲେ ଦମ୍ପତି।
powered by social2s