ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ବାଲିଅନ୍ତା ତହସିଲ ଅଧୀନରେ ଥିବା ଶିଶିଲୋ ଗାଁର ଆଶିଷ ଓଝା। ତାଙ୍କ ବୟସ ୧୯ ବର୍ଷ। ଗତକାଲି ରାତିରେ ଆଶିଷଙ୍କୁ କେହି ଜଣେ ଫୋନ କରି ବାହାରକୁ ଡାକିବାରୁ ସେ ଯାଇଥିଲେ। ପରେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ଆଜି ସକାଳେ କିଛି ଲୋକ ଧନୁଆ ନଦୀକୁ ଗାଧେଇବାକୁ ଯାଇଥିବା ସମୟରେ ଆଶିଷଙ୍କ ମୃତଦେହ ଏକ ବିଲରେ ପଡ଼ିଥିବାର ଦେଖିଥିଲେ ଓ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ତେବେ କେହି ଜଣେ ଆଶିଷଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
powered by social2s