କଟକ: କଟକ ସ୍ଥିତ ଫୁଲନଖରାରୁ ପୁଣି ଜବତ ହୋଇଛି ବ୍ରାଉନସୁଗର। ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡ୍ ୪୨୦ ଗ୍ରାମର ବ୍ରାଉନସୁଗର ଜବତ କରିଛି, ଯାହାର ଆନୁମାନିକ ମୂଲ୍ଯ ପ୍ରାୟ ୪୨ ଲକ୍ଷ ଟଙ୍କା ହେବ। ବ୍ରାଉନସୁଗର ସହ ଜଣେ ବେପାରୀକୁ ଗିରଫ କରିଛି ଫ୍ଲାଇଂ ସ୍କ୍ବାଡ୍। ଏହା ସହିତ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ମଧ୍ଯ ତଦନ୍ତ ଜାରି ରଖିଛି ରାଜ୍ଯ ଅବକାରୀ ବିଭାଗ।
powered by social2s