ସୋର(29/11/2020): ଏକ ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଛି। ୪ ଜଣ ଗ୍ରାମବାସୀ ଗୁରୁତ୍ତର ହୋଇଥିବା ର ସୂଚନା ମିଳିଛି। ଜଣେ ଡକାୟତ କୁ କାବୁ କଲା ସୋର ପୋଲିସ ।
ଘଟଣାରୁ ପ୍ରକାଶ ଯେ ବାଲେଶ୍ବର ଜିଲ୍ଲା ସୋର ଥାନା ନଦିଗାଁ ପଞ୍ଚାୟତ ହରିଡାପଡା ଅଞ୍ଚଳର ସୁଦାମ ଚରଣ ବାଉଲି ରାତିରେ ନିଜ ଘରକୁ ଫେରିବା ବାଟରେ ସୋର କୁପାରି ରାସ୍ତା ପିତାକାଳିଆ ଛକ ନିକଟରେ ୭ ଜଣ ଡକାୟତ ଅଟକାଇଥିଲେ ସୁଦାମ ସଙ୍ଗେ ସଙ୍ଗେ ତାଙ୍କ ମୋବାଇଲ ବାହାର କରି ତାଙ୍କ ଘର ପାଖ ଲୋକଙ୍କୁ ଫୋନ କରି ଡାକି ଥିଲେ । ଡକାୟତ ମାନେ ସୁଦାମଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ସେହି ସମୟରେ ସ୍ଥାନୀୟ ଲୋକ ସୁଦାମଙ୍କ ପାଟି ଶୁଣି ପହଞ୍ଚିଯିବାରୁ ସେମାନଙ୍କୁ ବି ଦୁର୍ବୁର୍ତ୍ତ ମାନେ ତେଲେଙ୍ଗା କଟୁରୀ ଓ ବନ୍ଧୁକରେ ଆକ୍ରମଣ କରିଥିଲେ । ଗ୍ରାମବାସୀ ମାନେ ମଧ୍ୟ ଦୁର୍ବୁର୍ତ୍ତ ମାନଙ୍କ ଆକ୍ରମଣ ର ପ୍ରତି ଆକ୍ରମଣ କରିଥିଲେ କିଛି ସମୟ ପାଇଁ ଗ୍ରାମବାସୀ ଓ ଡକାୟତ ମାନଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହୋଇଥିଲା । ଖବର ପାଇ ସୋର ଥାନା ଏ.ଏସ.ଆଇ ପ୍ରଦୀପ ମହାନ୍ତି, ଏ.ଏସ.ଆଇ ପ୍ରତାପ କାର୍ଲୋ ଘଟଣାସ୍ଥଳରେ ପହଞ୍ଚି ଜଣେ ଦୁର୍ବୁର୍ତ୍ତକୁ କାବୁ କରିବାରେ ସଫଳ ହୋଇଥିଲେ । ଏହି ଆକ୍ରମଣ ରେ ସୁଦାମ ଚରଣ ବାଉଲି, ଅଜୟ କୁମାର ବେହେରା, ପ୍ରଦୀପ କୁମାର ମହାକୁଡ ଗୁରୁତ୍ତର ଆହାତ ହୋଇ ସୋର ଡାକ୍ତର ଖାନାରେ ଚିକିତ୍ସା ହେଉଥିବା ଜଣାପଡିଛି । ସୋର ପୋଲିସ୍ କାବୁ କରିଥିବା ଦୁର୍ବୁର୍ତ୍ତ ଜଣକ ଆହାତ ହୋଇଥିବା ଜଣାପଡିଛି । ପୋଲିସ୍ କାବୁ କରିଥିବା ଦୁର୍ବୁର୍ତ୍ତ ଜଣକ କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ପ୍ରଦ୍ୟୁମ୍ନ ସେନାପତି ବୋଲି ଜଣାପଡିଛି ।