ଢେଙ୍କାନାଳ: ଢେଙ୍କାନାଳ ବଳଦିଆବନ୍ଧ ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୫୫ ନିକଟର ସକାଳ ୬ ଘଟିକା ସମୟରେ ୪୨ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ରାଜେନ୍ଦ୍ର ବେହେରା (୩୦) କୁ ଆଜି ଢେଙ୍କାନାଳ ଅବକାରୀ ବିଭାଗର ୭ ଜଣିଆ ଟିମ୍ ଧରିଥିଲେ । ଜବତ ବ୍ରାଉନ ସୁଗାର ମୂଲ୍ୟ ୪ ଲକ୍ଷ ୨୦ ହଜାର ଟଙ୍କା । ଅଭିଯୁକ୍ତ କୁ ଅବକାରୀ ଜେଲରେ ରଖାଯାଇଛି । ଏହି ଚଢାଉ ରେ ଡେପୁଟି ସୁପରିଟେଣ୍ଡ ସିତାରାଣୀ ପଟ୍ଟନାୟକ , ଇନ୍ସପେକ୍ଟର ବିବେକାନନ୍ଦ ପେରାଇ, ଆସିଷ୍ଟାଣ୍ଡ ଇନିସ୍ପେକ୍ଟର ଛାୟାକାନ୍ତ ନାୟକ ଓ ସମିର ମାହାଳିକ , କନେଷ୍ଟବଲ ସୁଜିତ ନାୟକ ଓ ସତ୍ୟବ୍ରତ ମାହାଳିକ ଓ ଅଫିସର ଇନ୍ଚର୍ଯ୍ୟ ଲକ୍ଷେ ସାଧବ ପ୍ରଧାନ ଉପସ୍ଥିତ ଥିଲେ।
powered by social2s