ଢେଙ୍କାନାଳ: ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର୍ ଉପରକୁ ବୋମାମାଡ଼ । କାମାକ୍ଷାନଗର ମଢ଼ି ସାହିରେ ଘର ଆଗରେ ଥିବା କାର୍ ଉପରକୁ ୨ ଜଣ ଦୁର୍ବୁତ୍ତ ଏକ ପଲସର୍ ବାଇକରେ ଆସି ରାତି ପ୍ରାୟ ୧ଟା ୫ମିନିଟରେ ବୋମାମାଡ଼ କରିଛନ୍ତି ।ସେମାନେ କଳା ରଙ୍ଗର ପଲସରରେ ଆସିଥିଲେ, ଗାଡିର ନମ୍ୱର ପ୍ଲେଟ୍ ନ ଥିଲା ଓ ସେମାନେ ହେଲମେଟ୍ ପିନ୍ଧିଥିଲେ ।କାର୍ ଉପରକୁ ୩ଟି ବୋମାମାଡ଼ ହୋଇଛି, ଗୋଟିଏ ଫୁଟିଥିବା ବେଳେ ଆଉ ୨ଟି ଅଫୁଟା ବୋମା ଗାଡି ନିକଟରେ ପଡ଼ିରହିଛି । ବୋମାମାଡ଼ର ଶବ୍ଦ ଶୁଣି ଲୋକମାନେ ଲୋକମାନେ ବାହାରକୁ ଆସିବାରୁ ଯୁବକ ୨ଜଣ ସେଠାରୁ ଫେରାର୍ ହୋଇଯାଇଥିଲେ। ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି। ବୋମାମାଡ଼ର ଦୃଶ୍ୟ CCTVରେ କଏଦ୍ ହୋଇଛି। ଏହାକୁ ଆଧାର କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି।
powered by social2s