ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଥେଣ୍ଟପୁର ଗାଁରେ ଗୁଳିକାଣ୍ଡ ହୋଇଛି।ଗତକାଲି ରାତି ପ୍ରାୟ ୧୧ଟାରେ ସମସ୍ତେ ଦୀପାବଳିରେ ଉତ୍ସବମୁଖର ଥିବାବେଳେ ଦୁର୍ବୃତ୍ତମାନେ ୨ଜଣଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଗୁଳିମାଡ଼ରେ ଶଙ୍କର ବେହେରା ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ଯୁ ହୋଇଥିବା ବେଳେ ନିଲୁ ବରାଳଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ନିଲୁଙ୍କ ଆଣ୍ଠୁରେ ଗୁଳି ବାଜିଛି। ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍।
powered by social2s