ଗୁଣିଆ ସନ୍ଦେହରେ ଯୁବକଙ୍କୁ ମାଡ଼

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କବିସୂର୍ଯ୍ୟନଗର: ଗୁଣିଗାରିଡ଼ି ସନ୍ଦେହରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗାଁରେ। ସୂଚନା ଅନୁଯାୟୀ, କିଛି ଦିନ ତଳେ ଗାଁରେ ଗୁଣିଗାରିଡ଼ି କଥା ଉଠିଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ କରିଥିଲେ। ତେବେ କାଲି ରାତିରେ ରାଜେନ୍ଦ୍ର ନାହକ ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ତାଙ୍କ ଘରୁ ଡାକିନେଇଥିଲେ ଓ ବାନ୍ଧିକରି ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ରାଜେନ୍ଦ୍ରଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୯ ଜଣ ବ୍ୟକ୍ତିଙ୍କୁ କବିସୂର୍ଯ୍ୟନଗର ଥାନାରେ ଅଟକ ରଖିଛି ପୋଲିସ।

powered by social2s