ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୋଟା ଗାଁରେ ଜଣେ ବ୍ୟକ୍ତିଙ୍କୁ ହାଣିଲେ ତାଙ୍କ ୨ ପୁଅ ଓ ସ୍ତ୍ରୀ। ମୃତ ବ୍ୟକ୍ତି ହେଲେ ସୂର୍ଯ୍ୟ ପାହାନ। ଗାଁ ଶ୍ମଶାନ ନିକଟରେ ସୂର୍ଯ୍ୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ମୃତ ଦେହ ଜବତ କରି ୨ ପୁଅ ଓ ସ୍ତ୍ରୀଙ୍କୁ ଅଟକ ରଖିଛି ପୋଲିସ୍। ୧୫ ବର୍ଷ ଧରି ସ୍ବାମୀ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛି ସ୍ତ୍ରୀ ।
powered by social2s