ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଅଭିଯୋଗରେ ୭ ଜଣ ଛାତ୍ରଙ୍କୁ ସସପେଣ୍ଡ କଲେ ବିଦ୍ୟାଳୟର ଅଧ୍ୟକ୍ଷ । ତେବେ ବିଦ୍ୟାଳୟର ଆଣ୍ଟି ରାଗିଂ କମିଟିର ତଦନ୍ତ ରିପୋର୍ଟ ଆଧାରରେ ଅଧ୍ୟକ୍ଷ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ପୋଲିସକୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାଧୀନତା ଦିଆଯାଇଛି । କିଛି ଛାତ୍ରୀ ସେମାନଙ୍କୁ ସ୍କୁଲରେ ରାଗିଂ କରାଯାଉଥିବା ନେଇ ନଭେମ୍ବର ୧୯ ତାରିଖରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ସିନିୟର ଛାତ୍ରମାନେ ଶ୍ରେଣୀ ଗୃହରେ ବାଣ ଫୁଟାଇବା ସହ ବିଶୃଙ୍ଖଳା କରୁଥିବା ସେମାନେ ଅଭିଯୋଗ କରିଥିଲେ । ଏହାପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ୭ ଛାତ୍ରଙ୍କୁ ସସପେଣ୍ଡ କରାଯାଇଛି । ଯଦି ବହିଷ୍କାର କରାଯାଇଥିବା ୭ ଜଣ ଛାତ୍ର କ୍ୟାମ୍ପସରେ ବୁଲିବେ ସେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି ।
powered by social2s