ଅବସରପ୍ରାପ୍ତ କର୍ମଚାରୀଙ୍କ ଫିକ୍ସଡ୍ ଡିପୋଜିଟ୍‌ରୁ ୮ ଲକ୍ଷ ଲୁଟିନେଲେ ସାଇବର ଠକ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପାଟକୁରା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ନୂଆଶାସନ ଗାଁର ଅବସରପ୍ରାପ୍ତ କର୍ମଚାରୀ ପ୍ରହ୍ଲାଦ ଦାସଙ୍କ ଫିକ୍ସଡ୍ ଡିପୋଜିଟ୍‌ରୁ ୮ଲକ୍ଷ ଟଙ୍କା ଚଳୁ କରିଛନ୍ତି ସାଇବର ଠକ। ପ୍ରହ୍ଲାଦ ଦାସଙ୍କ SBIରେ ଥିବା ୨ଟି ଫିକ୍ସଡ୍ ଡିପୋଜିଟ୍‌ରୁ ୮ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ପାଟକୁରା ଥାନାରେ ସେ ଅଭିଯୋଗ କରିଛନ୍ତି। ଗତ ୨ ମାସ ତଳେ ଏକ ଲୋନ ଆପରୁ ପ୍ରହ୍ଲାଦଙ୍କୁ କଲ୍ ଆସିଥିଲା, କିନ୍ତୁ ସେ ଓଟିପି ସେୟାର୍ କରିନଥିଲେ । SBIରେ ଥିବା ୨ଟି ଫିକ୍ସଡ୍ ଡିପୋଜିଟ୍‌ରୁ ସୁଧ ନ ଆସିବାରୁ କାଲି ସେ ବ୍ୟାଙ୍କ ଆସି ଚେକ୍ କରିଥିଲେ । ମାତ୍ର, ପ୍ରହ୍ଲାଦଙ୍କ SBI ଫିକ୍ସଡ୍ ଡିପୋଜିଟ୍‌ରୁ ଲୋନ୍ ଆପ୍‌ରେ ଟଙ୍କା ଉଠାଯାଇଥିବା ସୂଚନା ଦେଇଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ।

powered by social2s