ଭୁବନେଶ୍ୱରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ବର ପଟିଆ ରେଳ ଷ୍ଟେସନରେ ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଦୁଇ ଜଣ ନାବାଳିକା ଷ୍ଟେସନ ନିକଟକୁ ଯାଉଥିଲେ। ଦୁଇ ଜଣ ଯୁବକ ଏକ ଘରେ ଦୁଇ ନାବାଳିକାଙ୍କୁ ନେଇ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲେ। ଆଜି ସକାଳେ ସେମାନଙ୍କୁ ଛାଡିଥିଲେ ଦୁଇ ଯୁବକ। ଏବିଷୟରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ଦୁର୍ବୁତ୍ତ। ଘରେ ପହଞ୍ଚି ସେମାନେ ପରିବାର ସଦସ୍ୟଙ୍କ ପାଖରେ ପୁରା ଘଟଣା ବିଷୟରେ ଜଣାଇଥିଲେ। ଦୁଇ ଜଣଙ୍କ ମଧ୍ୟରୁ ଜଣେ ୧୨ ବର୍ଷ ଓ ଅନ୍ୟ ଜଣେ ୧୪ ବର୍ଷର । Child line ସଦସ୍ୟ ଲିକ୍ଷିତ ଭାବେ ସରକାରୀ ରେଳବାଇ ଥାନାରେ ଅଭିଯୋଗ କରିଛନ୍ତି।

powered by social2s