ଭୁବନେଶ୍ୱର: ଜଣେ କନେଷ୍ଟବଳଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆଣିଲେ ଜଣେ ଯୁବତୀ। ଷଷ୍ଠ ବାଟାଳିଆନ କନେଷ୍ଟବଳ ପ୍ରୀତିରଞ୍ଜନ ବେହେରାଙ୍କ ନାଁରେ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କଲେ ଯୁବତୀ। ଅଭିଯୋଗ ଅନୁଯାୟୀ, ସାତ ବର୍ଷ ଏକାଠି ରହିଲା ପରେ ଯୁବତୀଙ୍କ ଠାରୁ ୨୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ କରି ଫେରାର ହୋଇଯାଇଛନ୍ତି ପ୍ରୀତିରଞ୍ଜନ। ମଞ୍ଚଗେଶ୍ୱର ଥାନାରେ ଅଭିଯୋଗ ପରେ ନିରାଶ ହେବା ପରେ ଡିସିପିଙ୍କ ପାଖରେ ପହଞ୍ଚିଲେ ଯୁବତୀ।
powered by social2s