ପୁରୀ : ପୁରୀ ପୋଲିସ୍ ଦ୍ଵାରା ଗିରଫ ହେଲେ ୫ ଜଣ ଦୁର୍ଦ୍ଦାନ୍ତ ଡକାୟତ। ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଧରା ପଡ଼ିଲେ ଏହି ୫ ଦୁର୍ଦ୍ଦାନ୍ତ ଅପରାଧୀ। ସେମାନଙ୍କ ଠାରୁ ୩ ଟି ବନ୍ଧୁକ, ୧୦ ଟି ଗୁଳି, ଛୁରୀ ଓ ୪ ଟି ମୋବାଇଲ ଜବତ କରାଯାଇଛି। ଗିରଫ ଅପରାଧୀମାନେ ହେଉଛନ୍ତି, ନରସିଂହବଲ୍ଲଭ ପାଟଣାର ମନୋରଞ୍ଜନ ମହାନ୍ତି (୩୮), ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ସୌମ୍ୟ ରଞ୍ଜନ ଆଚାର୍ଯ୍ୟ (୩୨), ପୁରୀ କୁମ୍ଭାରପଡ଼ାର ମିଲନ ମିଶ୍ର, ଦୀପକ ସୌରା (୩୨) ଓ ମାର୍କଣ୍ଡେଶ୍ୱର ସାହିର ନିଲୁ ବାରିକ।
powered by social2s