ପୁରୀ: ଚାକିରି ପ୍ରଲୋଭନ ଦେଖାଇ ଠକୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚର ସ୍ଵତନ୍ତ୍ର ଟାସ୍କ ଫୋର୍ସ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରୁ ମନୋଜ ମାଝୀ ନାମକ ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି। ତାଙ୍କ ଘରୁ ନକଲି ପରିଚୟପତ୍ର ଓ ନିଯୁକ୍ତିପତ୍ର ଜବତ ହୋଇଛି। ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ପିଲାଙ୍କ ଠାରୁ ଚାକିରି ଦେବା ନାଁରେ ଠକିଛି କୋଟି କୋଟି ଟଙ୍କା। ନିଜକୁ ପୋଲିସ୍ ଓ କ୍ରାଇମ୍ ବ୍ରାଞ୍ଚ ଅଧିକାରୀ ପରିଚୟ ଦେଉଥିଲା ମନୋଜ।
powered by social2s