ଭୁବନେଶ୍ୱର: ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ ଆଣ୍ଡ୍ ମିଡିୟମ୍ ଏଟଂରପ୍ରାଇଜେସ୍ (ଓସ୍ମି) ପକ୍ଷରୁ ୩୬ ତମ ପ୍ରତିଷ୍ଠା ଦିବସକୁ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଉଛି । ଏହି ଅବସରରେ ସଂଘ ପକ୍ଷରୁ ଭୁବନେଶ୍ୱରରେ ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍-୨୦୨୨ ଆୟୋଜନ କରାଯିବ । ଏଥି ସହିତ ଭୁବନେଶ୍ୱରର ଜନତା ମୈଦାନ ପ୍ରଦର୍ଶନୀ ପଡ଼ିଆରେ ଚଳିତ ଅଗଷ୍ଟ୨୫ ରୁ ୨୮ ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ପ୍ରୋପ୍ୟାକ୍ ଓଡ଼ିଶା-୨୦୨୨ ପ୍ରଦର୍ଶନୀ ଆୟୋଜନ କରାଯିବ । ଏହି ଅବସରରେ ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ, ଉପାଧ୍ୟକ୍ଷ ଜଗଦୀଶ ମିଶ୍ର, ୱମେନ ଉଇଙ୍ଗର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାନ୍ତି, ମହାସଚିବ ସାତ୍ୱିକ ସ୍ୱାଇଁ, ଅର୍ଥସଚିବ ଆଦିକନ୍ଦ ରାଉତ, ଜଏଂଟ ସେକ୍ରେଟାରୀ ଏକ୍ସିକ୍ୟୁଟିଭ ଦେବ ମିଶ୍ର, ଚନ୍ଦନା ଦାସ, ସାହିଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଛନ୍ତି ।
ଓଡ଼ିଶା ସରକାର ପ୍ୟାକେଜିଂ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଏହା ସରକାରଙ୍କ ପାଇଁ ଅନ୍ୟତମ ଗୁରୁତ୍ୱ କ୍ଷେତ୍ର । ସେହି ପରିପ୍ରେକ୍ଷୀରେ ଓସ୍ମି ପକ୍ଷରୁ ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି ଯେଉଁଥିରେ ବିଶେଷ କରି ପ୍ୟାକେଜିଂ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଉପରେ ଗୁରୁତ୍ୱ ଦିଆଯିବ କାରଣ ଏହି କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା ବେଳେ ଆଗକୁ ଉଜ୍ଜ୍ୱଳ ଭବିଷ୍ୟତ ରହିଛି । ସାରା ଭାରତରୁ ପ୍ୟାକେଜିଂ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ୪୦ରୁ ଅଧିକ ଶିଳ୍ପ ସଂସ୍ଥା ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବାକୁ ଥିବା ବେଳେ ଇରାନର ଏକ ବହୁଦେଶୀୟ କଂପାନି ମଧ୍ୟ ସାମିଲ ହେବ । ଓଡ଼ିଶାର ବିଭିନ୍ନ ସ୍ଥାନର ୧୦୦ରୁ ଅଧିକ ଏସ୍ଏମ୍ଇ ଏହି ପ୍ରଦର୍ଶନୀରେ ଭାଗ ନେବେ ।
ଓଡ଼ିଶାରେ ଆୟୋଜନ କରାଯାଉଥିବା ଏହି ପ୍ରଥମ ଧରଣର ପ୍ରଦର୍ଶନୀ ଅଂଶଗ୍ରହଣକାରୀ ଶିଳ୍ପ ସଂସ୍ଥାଗୁଡ଼ିକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା, ସେମାନଙ୍କ ଉତ୍ପାଦ ଓ ସେବାକୁ ପ୍ରଦର୍ଶିତ କରିବା, ପରସ୍ପର ସହ ଯୋଡ଼ିହେବା ଓ ଚିନ୍ତାଧାରା ଆଦାନପ୍ରଦାନ କରିବାର ଏକ ବୃହତ ମଂଚ ସାବ୍ୟସ୍ତ ହେବ । ଏହା ରାଜ୍ୟର ଏମ୍ଏସ୍ଏମ୍ଇଗୁଡ଼ିକ ପାଇଁ ନୂଆ ବ୍ୟବସାୟ ଓ ନେଟ୍ୱର୍କିଂ ସୁଯୋଗକୁ ପ୍ରଦର୍ଶିତ କରିବ ଏବଂ ନୂଆ ବଜାର ଓ ପ୍ରଦର୍ଶନକାରୀଙ୍କ ପାଇଁ ବ୍ୟବସାୟ ସ୍ରୋତ ମଧ୍ୟ ସୃଷ୍ଟି କରିବ ।
ଏହି ଅବସରରେ ଓସ୍ମି ର ମହାସଚିବ ଶ୍ରୀଯୁକ୍ତ ସାତ୍ୱିକ ସ୍ୱାଇଁ କହିଛନ୍ତି ଯେ, ‘ଆମେ ଆମର ୩୬ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ଦୁଇଟି କାର୍ଯ୍ୟକ୍ରମ ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଓ ଓଡ଼ିଶା ଏମ୍ଏସଏମଇ ମିଟ୍ ୨୦୨୨ ବିଷୟରେ ଘୋଷଣା କରି ଅତ୍ୟନ୍ତ ଉଲ୍ଲସିତ । ଜାତୀୟ ଓ ଆନ୍ତର୍ଜାତିୟ ବ୍ରାଣ୍ଡ୍ଗୁଡ଼ିକ ସହ ଯୋଡ଼ି ହେବା ଓ ଏକ ବ୍ୟାପକ ବର୍ଗଙ୍କୁ ନିଜ ଉତ୍ପାଦ ଓ ସେବା ପ୍ରଦର୍ଶିତ କରିବାରେ ଏହି ଦୁଇ କାର୍ଯ୍ୟକ୍ରମ ଓଡ଼ିଶାର ଏମ୍ଏସ୍ଏମ୍ଇଗୁଡ଼ିକୁ ଶ୍ରେଷ୍ଠ ସୁଯୋଗ ପ୍ରଦାନ କରିବ । ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍ ୨୦୨୨ରେ ଏହି କ୍ଷେତ୍ରରେ ଉପରେ ଗଭୀର ଅନ୍ତର୍ଦୃଷ୍ଟି ପ୍ରଦାନ କରିବ ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ସାର ଗର୍ଭକ ଆଲୋଚନା ହେବ । ଓଡ଼ିଶାର ଏସ୍ଏମ୍ଇ ବ୍ୟତୀତ ବହୁ ଜାତୀୟ ସ୍ତରର ସଂସ୍ଥା ଓ କିଛି ବହୁଦେଶୀୟ କଂପାନି ଏଥିରେ ଅଂଶଗ୍ରହଣ କରିବେ ।’’
ଓସ୍ମି ପକ୍ଷରୁ ପ୍ରୋପ୍ୟାକ୍ ଓଡ଼ିଶା-୨୦୨୨ ଓ ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍-୨୦୨୨ ସହ କରାଯିବ ୩୬ ତମ ପ୍ରତିଷ୍ଠା ଦିବସ ପାଳନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s