Warning: getimagesize(/home/odiaray/public_html/images/IMG-20221114-WA0136.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/IMG-20221114-WA0136.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

କାର୍ଗିଲ ବସ୍ତିରେ ପିକକ୍ ର ଶିଶୁ ଦିବସ ପାଳନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଶିଶୁ ଅଧିକାର ସପ୍ତାହ ଓ ୩୩ ତମ ପିକକ୍‍ ଶିଶୁ ମେଳା ପରିପ୍ରେକ୍ଷୀରେ ଏକ ନିଆରା ଢଙ୍ଗରେ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍‍) ପକ୍ଷରୁ ଶିଶୁ ଦିବସ ପାଳିତ ହୋଇଯାଇଛି । ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍‍) ସହଯୋଗରେ ପ୍ରୟାସ କିଶୋର ବାଳକ ଗୋଷ୍ଟି ଓ ପ୍ରକୃତି କିଶୋରୀ ବାଳିକା ଗୋଷ୍ଟି ଦ୍ଵାରା ଏହି କାର୍ଯ୍ୟକ୍ରମ କାର୍ଗିଲ ବସ୍ତି ଗୋଷ୍ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛ । ଏହି ଅବସରରେ ରେ କାର୍ଗିଲ ବସ୍ତି ଅଞ୍ଚଳର ବହୁସଂଖ୍ୟକ ଶିଶୁ ଯୋଗଦେଇଥିଲେ । ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ସ୍ଵାଗତ ଭାଷଣ ଦେଇ ପିଲାମାନଙ୍କୁ ଶିଶୁ ଦିବସ ଅବସରରେ ସ୍ଵାଗତ ଜଣାଇଥିଲେ ଓ ସେମାନେ ତାଙ୍କ ଭବିଷ୍ୟତର ଉନ୍ନତି କାମନା କରିଥିଲେ । ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାନ୍ତି, ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ଓ ଆନନ୍ଦମୟ ଶୈଶବ ସୁନିଶ୍ଚିତ କରିବା ସମସ୍ତଙ୍କ ର ଦାୟିତ୍ଵ ବୋଲି ସେ କହିଥିଲେ। ପିଲାମାନେ ପାଠ ପଢିବା ସହିତ ମନଭରେ ଶୈଶବ କୁ ଉପଭୋଗ କରିବାକୁ ଆମେ ସମସ୍ତେ ଉପଯୁକ୍ତ ପରିବେଶ ସୃଷ୍ଟି କରିବାକୁ ସେ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବସ୍ତି ର ସଭାପତି ରବିନାରାୟଣ ଦାସ, ପୁଲିସ ମିତ୍ର ଦଳ ର ମୁଖ୍ୟ ପୂର୍ଣଚନ୍ଦ୍ର ମଲ୍ଲିକ, ବସ୍ତି ପୋଲିସ ମିତ୍ର କେ ଆର ଦୋରା, ପୋଲିସ ମିତ୍ର ବିଶ୍ଵଜିତ ମଲ୍ଲିକ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଶିଶୁ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ ଓ ପିଲାମାନେ ଭଲ ମଣିଷ ହେବାପାଇଁ ଏହି ଦିବସରୁ ପ୍ରେରଣା ନେବା ଉଚିତ ବୋଲି କହିଥିଲେ । ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ମିଷ୍ଠାନ ବଣ୍ଟନ ମଧ୍ୟ କରଯାଇଥିଲା । ପିକକ୍‍ ର ଅଳ୍ପନା ଦାସ, ପ୍ରିୟଦର୍ଶିନୀ ସ୍ଵାଇଁ ପ୍ରମୁଖ ଏହି କା

powered by social2s