ଓଡ଼ିଶାରେ କମିଲା ବସ୍ ଭଡ଼ା
କଟକରେ ନକଲି ସସ୍ ତିଆରି କରୁଥିବା ୟୁନିଟ୍ ଠାବ
Day temperature likely to increase by 2-3 degrees Celsius in Odisha in next three days
ନେପାଳ ରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଉଦଯାପିତ
ନେପାଳ: ନେପାଳ ରାଜଧାନୀ କାଠମାଣ୍ଡୁ ସ୍ଥିତ ଶ୍ରୀପଶୁପତିନାଥଙ୍କ ମନ୍ଦିର ପରିସରରେ ଆୟୋଜିତ ଶ୍ରୀଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ ସଫଳତାର ସହିତ ସମାପନ ହୋଇଅଛି, ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି, ଭୁବନେଶ୍ୱର ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସମିତିର ଅଧ୍ୟକ୍ଷ ଶ୍ରୀ ରାମକୃଷ୍ଣ ଦାସ ମହାରାଜ ପୌରହିତ କରିଥିବା ବେଳେ ଧାରାବାହିକ ପ୍ରବକ୍ତା ରୂପେ ପୂଜ୍ୟବାବା ସତ୍ୟାନନ୍ଦ ମହାରାଜ ଯୋଗଦାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ଓ ମହିମା ସମ୍ପର୍କରେ ପ୍ରବଚନ ପ୍ରଦାନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପୂଜ୍ୟ ସଭାପତି ମହନ୍ତ ଶ୍ରୀ ରାମକୃଷ୍ଣ ମହାରାଜ ଦ୍ଵାରା ମଣ୍ଡପରେ ସ୍ଥାପିତ କରାଯାଇଥିଲା। ପ୍ରତିଦିନ ସ୍କନ୍ଦପୁରାଣ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ ପରାୟଣ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଦି ଚଟୁର୍ଦ୍ଧା ମୂର୍ତ୍ତିଙ୍କ ପୂଜା ଅର୍ଚ୍ଚନା ବିଧିମତେ ଅନୁଷ୍ଠିତ ହୋଇଥିଲା। ମଇ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ପ୍ରବାସୀ ଓଡ଼ିଆ ଯୋଗଦାନ କରିଥିବା ବେଳେ ପଶୁପତି ମନ୍ଦିରର ମୁଖ୍ୟ ପୂଜକ ମୂଳ ଭଟ ଙ୍କ ସହିତ ଗଣେଶ ଭାଟ, ପୂର୍ବତନ ମନ୍ଦିର ପ୍ରଶାସକ ରମେଶ ଭୁପତି ରାଜଗୁରୁ ଅର୍ଜୁନ ବସ୍ତୁଲା, ଧର୍ମରାଜ୍ ବରାଳ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ନେପାଳ ହିନ୍ଦୁ ମହାସଭାର ଅଧ୍ୟକ୍ଷ ଡ ରାମଚନ୍ଦ୍ର ଅଧିକାରୀ, ଉପାଧ୍ୟକ୍ଷ ଜ୍ୟୋସ୍ତ୍ନା ସାଉଦ, ଶ୍ରୀପଶୁପତିନାଥଙ୍କ ଅର୍ଚ୍ଚନା ସୁବ୍ୟବସ୍ଥା ପ୍ରତିଷ୍ଠାନ ର ଅଧ୍ୟକ୍ଷ ଦେବୀ ପ୍ରସାଦ ଚାପଗାଏଁ, ସୁଶୀଳା ଚାପଗାଏଁ, ସଚିବ ପ୍ରମୋଦ ରାମ, ଉପସଭାପତି ନବରାଜ ଲାମିଛନି, ରାଜେନ୍ଦ୍ର ପଠାୟତ, ବିଶିଷ୍ଟ ଗବେଷକ ଡ ନୟନାଥ ଫଡଲେ ପୂର୍ବତନ ଟ୍ରଷ୍ଟି ରାଜୁ କ୍ଷତ୍ରି ପ୍ରମୁଖ ଓ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ସହଯୋଗ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର ସମ୍ପାଦକ ପ୍ରଭାକର ମଲ୍ଲିକ, ନିରଞ୍ଜନ ଦାଶ ନାରାୟଣ ମହାପାତ୍ର, ବୈକୁଣ୍ଠ ମହାପାତ୍ର ଓ ଗୌରାଙ୍ଗ ନାୟକ ପ୍ରମୁଖ ପରିଚାଳନା କରିଥିଲେ।
