More News
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର କାର୍ଯ୍ୟକାରିତା ସମ୍ବନ୍ଧରେ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। 1. ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର କାର୍ଯ୍ୟକାରିତା ସମ୍ବନ୍ଧରେ *(୨୪ ଘଣ୍ଟା ମଧ୍ୟରେ)* ସବିଶେଷ ରିପୋର୍ଟ ଦାଖଲ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 2. ଏଥିସହିତ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସମସ୍ତ ସଦସ୍ୟମାନଙ୍କର ନାମ ଓ ଫୋନ୍ ନମ୍ବରକୁ Higher Education Information Management System (HIMS) ପୋର୍ଟାଲରେ ଅପଲୋଡ଼ କରିବା ସହିତ ବିଶ୍ୱବିଦ୍ୟାଳୟ/ ମହାବିଦ୍ୟାଳୟ ପରିସର ମଧ୍ୟରେ ରହିଥିବା *ପ୍ରମୁଖ ସ୍ଥାନମାନଙ୍କରେ ଏହାକୁ ପ୍ରଦର୍ଶିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି*। 3. କର୍ମକ୍ଷେତ୍ରରେ ହେଉଥିବା ଯୌନ ଉତ୍ପୀଡନ ସମ୍ବନ୍ଧରେ ସଚେତନତା ଓ ଏହାର ନିବାରଣ କରିବା ପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ *ତୁରନ୍ତ କର୍ମଶାଳାର ଆୟୋଜନ କରିବା ନିମନ୍ତେ* ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବ ସାରି ବାଲେଶ୍ୱର ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏମ୍ସର ବର୍ଣ୍ଣ ୟୁନିଟ୍ରେ ଫକୀର ମୋହନ କଲେଜର ଛାତ୍ରୀଙ୍କ ପରିବାର ସଦସ୍ୟ ଓ ଡାକ୍ତରୀ ଟିମ ସହ ଆଲୋଚନା କଲେ ରାଷ୍ଟ୍ରପତି। ପୀଡ଼ିତାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ରାଷ୍ଟ୍ରପତି ମୁର୍ମୁ। ମହାନ ଦୂରଦୃଷ୍ଟିସମ୍ପନ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ୨୦୦୩ ମସିହାରେ ପ୍ରତିଷ୍ଠିତ, ଏମ୍ସ ଭୁବନେଶ୍ୱର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜନସାଧାରଣଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଛି। ଓଡ଼ିଶା ସମେତ ପଡ଼ୋଶୀ ପରବର୍ତ୍ତୀ ରାଜ୍ୟଗୁଡ଼ିକରେ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ। ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ଜନସାଧାରଣ ଏମ୍ସ ଭୁବନେଶ୍ୱରର ଏକ ଦଶନ୍ଧିର ସୁବର୍ଣ୍ଣ ଯାତ୍ରାର ସାକ୍ଷୀ ହୋଇଥିବା ପ୍ରକାଶ କରିଛନ୍ତି ଭାରତର ମହାମାନ୍ୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ମହୋଦୟା ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୫ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସ୍ୱାସ୍ଥ୍ୟସେବ, ରୋଗୀ ସେବା ଏବଂ ଚିକିତ୍ସା ଶିକ୍ଷାରେ ପ୍ରତିଷ୍ଠାନର ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିଥିଲେ। ସେବା, ଗବେଷଣା ଏବଂ ତାଲିମରେ ଶ୍ରେଷ୍ଠତା ହାସଲ କରିବା ସହିତ ଏମ୍ସ ଭୁବନେଶ୍ୱର ଭାରତର ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ମଜବୁତ କରିଚାଲିଥିବା ପ୍ରକାଶ କରିଥିଲେ ରାଷ୍ଟ୍ରପତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସଂଗଠନ ଦ୍ବାରା ଏହି ପ୍ରତିଷ୍ଠାନ ସମ୍ମାନୀତ ହେବା ସହିତ ଉତ୍କର୍ଷତା ହାସଲ ଦିଗରେ ଦ୍ରୁତ ବେଗରେ ଗତି କରିଚାଲିଛି। ଗତ ବର୍ଷଗୁଡ଼ିକରେ ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହୋଇଥିବା ଲକ୍ଷ ଲକ୍ଷ ରୋଗୀଙ୍କ ସଂଖ୍ୟା ହିଁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଏହାର ବର୍ଦ୍ଧିତ ପ୍ରଭାବର ଏକ ସ୍ପଷ୍ଟ ପ୍ରମାଣ ବୋଲି ରାଷ୍ଟ୍ରପତି ପ୍ରକାଶ କରିଥିଲେ। ଏହି ଅବସରରେ ସେ କୃତି ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ସହିତ ଡିଗ୍ରୀ ପ୍ରଦାନ କରିଥିଲେ। ଏହି ଅବସରରେ, ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରି ବାବୁ କମ୍ଭମ୍ପାଟି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ସମ୍ମାନିତ ଅତିଥିମାନେ ଛାତ୍ରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ପୂର୍ବ ଭାରତରେ ଏକ ସାମଗ୍ରିକ ସ୍ୱାସ୍ଥ୍ୟସେବା ସେବା ପାଇଁ ଏମ୍ସ ଭୁବନେଶ୍ୱରର ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଭାରତର ରାଷ୍ଟ୍ରପତିଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିଙ୍କୁ ଅନୁଷ୍ଠାନର ୫ମ ସମାବର୍ତ୍ତନ ସମାରୋହକୁ ସ୍ବାଗତ କରିଥିଲେ ଏବଂ ଏହି ଜାତୀୟ ପ୍ରତିଷ୍ଠାନର ସଫଳତା ଉପରେ ଆଲୋକପାତ କରିଥିଲେ। ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷ ଡ. ଶୈଳେଶ କୁମାର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଡିନ୍ ଡ. ପି ଆର୍ ମହାପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମାନ୍ୟବର ରାଷ୍ଟ୍ରପତି ଏମ୍ସ ଭୁବନେଶ୍ୱରର ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ୩୧ ଜଣ ଛାତ୍ରଛାତ୍ରୀଙ୍କୁ ୫୯ ଟି ସ୍ୱର୍ଣ୍ଣପଦକ ପ୍ରଦାନ କରିଥିଲେ। ଚିତ୍ଲୁରୀ ନେହା ଏବଂ ମେଧା ମେନନଙ୍କୁ ଶ୍ରେଷ୍ଠ ଏମବିବିଏସ୍ ସ୍ନାତକ ଭାବରେ ପୁରସ୍କୃତ କରାଯାଇଥିବା ବେଳେ, ମୃଣ୍ମୟୀ ମଣ୍ଡଳ ଏବଂ ପ୍ରିୟଙ୍କା ସିଂହଙ୍କୁ ଶ୍ରେଷ୍ଠ ବିଏସସି (ଅନର୍ସ) ନର୍ସିଂ ସ୍ନାତକ ଭାବରେ ସମ୍ମାନୀତ କରାଯାଇଥିଲା।
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୋଲିସ୍ କାରକେଡରେ ଏମ୍ସ ଭୁବନେଶ୍ୱରର ପଞ୍ଚମ ସମାବର୍ତ୍ତନ ସମାରୋହରେ ଯୋଗ ଦେବା ପାଇଁ ଗଲେ ରାଷ୍ଟ୍ରପତି। ଆସନ୍ତାକାଲି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର : ଓଡ଼ିଶାରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଅଶାନ୍ତ ରହିବ ସମୁଦ୍ର। ଘଣ୍ଟାକୁ ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ସମୁଦ୍ର ଭିତରକୁ ନଯିବାକୁ ମତ୍ସଜୀବି ମାନଙ୍କୁ ପରାମର୍ଶ ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି। ଖଟମା ନାଳ ଉପରେ ୫ ଫୁଟ ପାଣି ପ୍ରବାହିତ ହେବାରୁ କୁଆଁରମୁଣ୍ଡା ଓ ହାତିବାରୀ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ସେହିପରି କେନ୍ଦୁଝର ଜିଲ୍ଲା ଖଣ୍ଡାଧୂଆଁ ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତେଲକୋଇରୁ କଙ୍କଡ଼ାହାଡ଼ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଥିବା ଜଣାପଡ଼ିଛି।
ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱର ଏମ୍ସର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ବିମାନବନ୍ଦରରୁ ଜୟଦେବ ବିହାର ଦେଇ ଏମ୍ସ ଯିବା ରାସ୍ତା ବନ୍ଦ ରହିବ। ସନ୍ଧ୍ୟା ୫ଟା ରୁ ୫:୫୦ ମିନିଟ ଭିତରେ ବନ୍ଦ ରହିବ ରାସ୍ତା। ବିମାନବନ୍ଦର ଛକ, କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ ରାସ୍ତା ବନ୍ଦ ରହିବ। ରାଜଭବନ ଛକ, ପାୱାର ହାଉସ ଛକ ଦେଇ ବନ୍ଦ ରହିବ ଗାଡ଼ି ଚଳାଚଳ। ସେହିପରି ୧୨୦ ବାଟାଲିଆନ ଛକ, ଶାସ୍ତ୍ରୀ ନଗର, ବେହେରା ସାହି ରାସ୍ତା ବନ୍ଦ କରାଯିବ। ଜୟଦେବ ବିହାର ଛକରୁ ଜାତୀୟ ରାଜପଥ ୧୬ ରାସ୍ତା ବନ୍ଦ ରହିବ।
ଭୁବନେଶ୍ୱର : ଆଜି ସକାଳେ ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ୯ଟା ୪ମିନିଟରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିବା ସୂଚନା। ୧୦ ସେକେଣ୍ଡ ଧରି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ରିକ୍ଟର୍ ସ୍କେଲ୍ ରେ ଭୂମିକମ୍ପର ତୀବ୍ରତା ୪. ୪ ରହିଥିଲା। ଗ୍ରରୁଗ୍ରାମ, ନଇଡା, ଗାଜିଆବାଦ, ହରିୟାଣା ଓ ଫରିଦାବାଦରେ ମଧ୍ୟ ଭୁକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ହରିୟାଣା।
ନୂଆଦିଲ୍ଲୀ : ଭାରତ - ପାକିସ୍ତାନ ଅସ୍ତ୍ର ବିରତି ଲାଗୁ ହୋଇଛି। ଆଜି ଦିନ ୫ଟାରୁ ଲାଗୁ ହୋଇଛି ଅସ୍ତ୍ର ବିରତି ।
ଜଳ, ସ୍ଥଳ ଓ ଆକାଶରେ ବନ୍ଦ ରହିବ କାର୍ଯ୍ୟାନୁଷ୍ଠାନ। ମେ ୧୨ ତାରିଖରେ ଉଭୟ ଦେଶର ଡିଜିଏମଓ ଆଲୋଚନା କରିବେ।
ଭୁବନେଶ୍ୱର: ଓଡ଼ିଶା ବିଶ୍ବବିଦ୍ୟାଳୟର ଶିକ୍ଷକ ଓ କୁଳପତି ନିଯୁକ୍ତି ଉପରୁ ଉଠିଲା କଟକଣା। ନୂଆ ସଂଶୋଧନ ଆଇନ ଉପରେ ସୁପ୍ରିମ୍କୋର୍ଟଙ୍କ ମୋହର ଲାଗିଛି। UGC ନିୟମ ସହିତ ସଂଶୋଧିତ ଆଇନ ଖାପ ଖୁଆଉଥିବା ଦର୍ଶାଇଲେ ସୁପ୍ରିମ୍କୋର୍ଟ। ୪ ବର୍ଷ ହେଲା ନିଯୁକ୍ତି ନେଇ ଦେଖାଦେଇଥିଲା ଅଚଳାବସ୍ଥା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇପାରିବ। ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶ ହଟିଲା। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ AG ପୀତାମ୍ବର ଆଚାର୍ଯ୍ୟ।
ଭୁବନେଶ୍ୱର : ପହଲଗାମ ଆକ୍ରମଣ ର ପ୍ରତିଶୋଧ ନେଲା ଭାରତ। ପିଓକେ ରେ ଭାରତ କରିଛି ଏୟାର ଷ୍ଟ୍ରାଇକ୍। ପାକିସ୍ତାନରେ ଭାରତର ଅପରେସନ 'ସିନ୍ଦୂର' ଆରମ୍ଭ ହୋଇଛି। ପାକିସ୍ତାନ ଓ ପିଓକେ ରେ ପ୍ରଚଣ୍ଡ ହମଲା କରିଛି ଭାରତ। ଭାରତ ପକ୍ଷରୁ ପିଓକେ ର ୯ଟି ଆତଙ୍କୀ ଅଡ୍ଡା ଉପରେ ହମଲା କରାଯାଇଛି। ରାତି ସାରା ସେନାର ଅପରେସନ ଦେଖୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଭୁବନେଶ୍ୱର: ମନୋଜ କୁମାରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି। ୮୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମନୋଜ କୁମାରଙ୍କର ମୁମ୍ବାଇରେ ପରଲୋକ ହୋଇଛି। ଦେଶାତ୍ମକ ଫିଲ୍ମ ପାଇଁ ପରିଚିତ ଥିଲେ ମନୋଜ କୁମାର।
ବିଜାପୁର: ଛତିଶଗଡ଼ ବିଜାପୁର ଗାଙ୍ଗଲୁର ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଦିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ର ଜଣେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୁମ୍ବେମେଳୁ ଜଙ୍ଗଲରୁ ବହୁ ମାଓ ସାମଗ୍ରୀ ଜବତ ହୋଇଛି। ୨ଟି ବନ୍ଧୁକ, ଜିଲୋଟିନ୍, ଡିଟୋନେଟର୍ ଜବତ କରାଯାଇଛି। ବି ଏସ୍ ଏଫ୍ ର କମ୍ବିଂ ଅପରେସନ୍ ବେଳେ ମାଓ ସାମଗ୍ରୀ ଜବତ ହୋଇଛି। -
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ କୁ ମିଳିଛି ଆଉ ଏକ ସଫଳତା, ପାଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ, ବ୍ରାଉନ ସୁଗାର, ବାଇକ, ମୋବାଇଲ ଫୋନ ଜବତ ସହ ଘଟଣା ରେ ସଂଶିଷ୍ଟ ଥିବା ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ କୁ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଏକ ଖବର ଦାତା ସମ୍ମିଳନୀ ରେ ପ୍ରକାଶ କରିଛନ୍ତି l ସୂଚନାରୁ ପ୍ରକାଶ ଯେ, ଚଳିତ ମାସ ୦୧ ତାରିଖ ସନ୍ଧ୍ୟାରେ ବାଲିଗୁଡା ପୋଲିସ ଏସଆଇ କିଶୋର ଚନ୍ଦ୍ର ପ୍ରଧାନ ଓ଼ ଅନ୍ୟ ପୋଲିସ କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଓ ବ୍ରାଉନ ସୁଗାର ଚାଲାଣ ହେଉଥିବା ଖବର ପାଇବା ପରେ ପାଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରି କ.ନୂଆଗାଁ ଅଞ୍ଚଳ ରେ ଏକ ପଲସର ମୋଟର ସାଇକେଲରେ ଦୁଇଜଣ ବ୍ୟକ୍ତିଙ୍କୁ ତନଖିବା ସମୟରେ ସେମାନେ ବାଲିଗୁଡ଼ା ଥାନା ଗୁଳିମରାପଦା ସାହିର ଦିପକ କୁମାର ଦିଗାଳ ଙ୍କ ଠାରୁ ଗଞ୍ଜେଇ ଏବଂ ବ୍ରାଉନସୁଗାର ନେଉଥିବା ସ୍ୱୀକାର କଲେ। ଏହି ଘଟଣା ରେ ଦୀପକ ର ସହଯୋଗୀ ବାଲିଗୁଡା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିର ମହେନ୍ଦ୍ର ମଲ୍ଲିକ ଓ଼ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ଅଞ୍ଚଳର କେ. ଶିବ ପ୍ରସାଦ ଆଚାରୀ ଙ୍କୁ ଯାଞ୍ଚ କରିବା ସମୟରେ ସେମାନଙ୍କ ଠାରୁ ୨୨ କିଲୋଗ୍ରାମ ଗଞ୍ଜେଇ, ୦୬ (ଛଅ) ଗ୍ରାମ ବ୍ରାଉନସୁଗାର, ଦୁଇଟି ମୋଟରସାଇକେଲ, ଦଶଟି ମୋବାଇଲ ଫୋନ୍ ଜବତ କରି ବାଲିଗୁଡ଼ା ପିଏସ୍ କେଶ ନଂ.-୧୯୬/୨୫- ୟୁ/ଏସ୍-୨୦ (ବି)(ଆଇ)(ସି)/୨୧(ବି) ଏନଡିପିଏସ୍ ଆକ୍ଟ ରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବାଲିଗୁଡା ଥାନା ର ଅନୁସନ୍ଧାନ କାରୀ ଅଧିକାରୀ ଏସ.ଆଇ.ପ୍ରମୋଦ କୁମାର ଜେନା ଏହି ଘଟଣା ରେ ଆଉ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ରଖିଛନ୍ତି l
କାମାକ୍ଷାନଗର: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ବି-ଟେକ୍ ଛାତ୍ର ଗିରଫ ହୋଇଛନ୍ତି। ଗଞ୍ଜେଇ ଚାଲାଣ ବେଳେ ଢେଙ୍କାନାଳ ଜିଲ୍ଲାରେ ଜାତୀୟ ରାଜପଥ ୫୩ ଆଳତୁମା ଗାଁ ନିକଟରୁ ଛାତ୍ରଙ୍କୁ ଧରିଲା ପୋଲିସ। ଅଭିଯୁକ୍ତ ମୋଟଙ୍ଗା ଥାନା ଅଞ୍ଚଳର ଜିତେନ୍ଦ୍ର ବେହେରାଙ୍କ ଠାରୁ ୨୬ କେଜି ଗଞ୍ଜେଇ ଜବତ କରାଯାଇଛି। ଅନୁଗୁକ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରୁ ଯାଜପୁରକୁ ବସ୍ରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଛାତ୍ର।
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଦୁର୍ଗା ବଜାରରେ ବୋମା ମାଡ଼ ହୋଇଛି। ବୋମା ମାଡ଼ ରେ ୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ବୋମା ମାଡ଼ର କାରଣ ଅସ୍ପଷ୍ଟ ରହିଛି।
ଭୋଗରାଇ: ବାଲେଶ୍ୱର ଚନ୍ଦନେଶ୍ଵର ମାର୍କେଟରେ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି। ଡିଲ୍ ଚାଲିଥିବା ବେଳେ ଧରିଲେ ବିଭାଗ କର୍ମଚାରୀ। ଆନୁମାନିକ ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୪୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଘଟଣାସ୍ଥଳରୁ ବ୍ରାଉନ ସୁଗାର ବିକୁଥିବା ରାଣୀ ମଲ୍ଲିକା ଓ ତାଙ୍କ ସ୍ବାମୀ ଗିରଫ ହୋଇଥିବା ସୂଚନା। ବ୍ରାଉନ ସୁଗାର ଚାଲାଣ ନେଇ ସ୍ବାମୀସ୍ତ୍ରୀଙ୍କ ନାମରେ ପୂର୍ବରୁ ମାମଲା ରହିଛି।
ଦଶପଲ୍ଲା: ନୟାଗଡ଼ ଜିଲ୍ଲାରେ ଲୁଟ୍ ପରେ ଜଣେ ବ୍ୟକ୍ତିଙ୍କ ବାଇକ୍ ଜାଳିଦେଲେ ଦୁର୍ବୁତ୍ତ। ଦଶପଲ୍ଲା-ଭଞ୍ଜନଗର ରାସ୍ତାରେ ସାକେଣୀ ଗାଁ ନିକଟରେ ବ୍ଲେଡ୍ ରେ ଆକ୍ରମଣ କରି ଟଙ୍କା ଲୁଟିନେଲେ ୮ ଜଣ ଦୁର୍ବୁତ୍ତ। ଆକ୍ରମଣ ପରେ ବାଇକ୍ ପୋଡ଼ି ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ।
ଭୁବନେଶ୍ୱର: ବିଜୁ ଜନତା ଦଳ ଆଜି ବରିଷ୍ଠ ରାଜନେତା ଡ.ଦାମୋଦର ରାଉତଙ୍କ ବହିଷ୍କାର ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରିନେଇଛନ୍ତି। ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ତଥା ସାତଥର ବିଧାୟକ ଡ.ରାଉତଙ୍କୁ ୨୦୧୮ ରେ ବିଜେଡିରୁ ବହିଷ୍କାର କରାଯାଇଥିଲା। ଡିସେମ୍ବର ୨୦୧୭ ରେ, ମାଲକାନଗିରିରେ ଏକ କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମ୍ପ୍ରଦାୟ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ପରିଷଦରୁ ବରଖାସ୍ତ କରାଯାଇଥିଲା।
ଭୁବନେଶ୍ୱର: ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଖୋଖୋ ଦଳ ଐତିହାସିକ ବିଜୟ ହାସଲ କରିଛି। ନେପାଳର ଖୋଖୋ ଦଳକୁ ପରାସ୍ତ କରି ଭାରତୀୟ ପୁରୁଷ ଖୋଖୋ ଦଳ ଏହି ବିଜୟ ହାସଲ କରିଛନ୍ତି। ଭାରତୀୟ ପୁରୁଷ ଖୋଖୋ ଦଳ ଏହି ବିଜୟ ୫୪-୩୬ ସ୍କୋର ସହ ହାସଲ କରିଛନ୍ତି ।ଏହି ସ୍ୱର୍ଣ୍ଣିମ ବିଜୟ ପରେ ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଭାରତୀୟ ପୁରୁଷ ଖୋଖୋ ଦଳର ସମସ୍ତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
Bhubaneswar: In a country where every occasion is celebrated, every trend is embraced, and every need is just a click away — India’s e-commerce scene is thriving like never before. As shoppers get more digital and discerning, a new breed of specialized platforms is stepping up to serve them better. From beauty must-haves and fashion fixes to parenting essentials and last-minute gifts, these 5 homegrown B2C/D2C brands are not just fulfilling needs — they’re defining how India shops today.
1.Nykaa – Your Beauty BFF India’s first beauty unicorn, Nykaa has revolutionized how people discover and buy cosmetics, skincare, and wellness products. With over 3,000+ brands and 2 lakh+ products, it offers a diverse selection ranging from drugstore staples to luxury favorites. The platform caters to 20 million+ monthly users, and its omnichannel model now includes 200+ physical stores across India. Nykaa’s expert tutorials and influencer-led content have made it more than just a marketplace — it’s a beauty destination.
2.Myntra Fashion at Your Fingertips A pioneer in online fashion, Myntra brings together 5,000+ brands across categories like clothing, footwear, accessories, and lifestyle. With 2.5 million+ orders every week and 30 million+ active users, it’s the go-to platform for all things stylish. Myntra’s features like “Try & Buy,” “Style Squad,” and influencer-led edits personalize shopping while its Big Fashion Festival and End of Reason Sales are cultural events in themselves.
3. FirstCry – Everything for Your Little One FirstCry has earned the trust of over 20 million parents, offering 2 lakh+ products for babies, kids, and moms across 2,000+ brands like Pampers, Chicco, and Carter’s. With 400+ physical stores and a strong digital footprint, it’s a reliable partner for every parenting journey — from newborn essentials to school supplies. The brand also runs India’s largest parenting community platform, strengthening its bond with families beyond transactions.
4.IGP – Thoughtful Gifting Made Easy IGP is a global multi-category gifting platform for personalized and occasion-based gifting, offering 2000+ curated gifts — from engraved keepsakes to festive hampers. With same-day, 30-minute, and midnight delivery available in 400+ Indian cities, IGP helps you make every moment count. It services millions of orders annually across India and 150+ countries, making it a preferred choice for birthdays, anniversaries, Diwali, Rakhi, and corporate gifting. IGP is redefining how India expresses emotions through timely, thoughtful gifts.
5.Licious – Fresh Meats & Seafood Delivered Redefining convenience in the non-veg kitchen, Licious brings farm-fresh meats, seafood, eggs, and ready-to-cook delicacies to the doorstep. Delivering across 30+ Indian cities with 2 million+ orders monthly, Licious ensures 24-hour freshness, cold-chain logistics, and world-class hygiene through its ISO-certified facilities. It’s not just a meat brand — it's building India’s most trusted food-tech platform for meat lovers.