In The Spotlight
ଭୁବନେଶ୍ବର: ଗଭୀର ଅବପାତର ରୂପ ନେଲା ବାତ୍ୟା ‘ମୋନ୍ଥା’। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଅକ୍ଟୋବର ୨୮ରେ ଭୀଷଣ ବାତ୍ୟାର ରୂପ ନେବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଭୀଷଣ ବାତ୍ୟାର ରୂପ ନେଇ ୨୮ ରାତିରେ ଆନ୍ଧ୍ରର କାକିନାଡ଼ାରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୯୦ରୁ ୧୧୦ କିମି ରହିବ। ପ୍ରଭାବରେ ଓଡ଼ିଶାରେ ୨୭ରୁ ୩୦ ଯାଏ ପ୍ରବଳ ବର୍ଷିବ ।
powered by social2s