Warning: getimagesize(/home/odiaray/public_html/images/BeautyPlus_20211022083429122_save.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

Warning: getimagesize(/home/odiaray/public_html/images/BeautyPlus_20211022083429122_save.jpg): failed to open stream: No such file or directory in /home/odiaray/public_html/plugins/content/social2s/features/opengraph.php on line 354

'ଉଡ୍ର' ଆୟୋଜିତ କୁମାର ଉତ୍ସବ ଉଦଯାପିତ; ଶେଷ ଦିନରେ ମନମୋହିଲା ଏକକ ଓ ଦଳଗତ ଓଡ଼ିଶୀ ନୃତ୍ୟ

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଉତ୍କଳ ଡାନ୍ସ ଆଣ୍ଡ ରିସର୍ଚ୍ଚ ଏକାଡେମୀ( ଉଡ୍ର) ଆୟୋଜିତ ଦୁଇଦିନ ବ୍ୟାପୀ ଅଷ୍ଟାଦଶ କୁମାର ଉତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।ଆଜି ଉତ୍ସବ ରେ ଦ୍ଵିତୀୟ ସନ୍ଧ୍ୟାରେ ଓଡିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସେଇ, ଖଲ୍ଲିକୋଟ ଶିକ୍ଷକ ଓ ପ୍ରଶିକ୍ଷଣ କେନ୍ଦ୍ର ଅଧକ୍ଷ ଡ଼. ଆହୁତି ବରାଳ, ଉଡ୍ର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଂସ୍କୃତି ମନ୍ତ୍ରୀ ଶରତ ରାଉତ, ଉଡ୍ର ଅଧ୍ୟକ୍ଷ ପୂର୍ବତନ ପୋଲିସ ପ୍ରଶାସକ ବଟକୃଷ୍ଣ ତ୍ରିପାଠୀ ଓ ୟୁନିସେଫ ଅଧିକାରୀ ଲୋପାମୁଦ୍ରା ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ଜଳାଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭିକ ସଭା ପରେ ନୃତ୍ୟ ସନ୍ଧ୍ୟାର ଶୁଭାରମ୍ଭ ହୋଇଥିଲା ଗୁରୁ ଆରତୀ କରଙ୍କ ପରିବେଷଣ ' ଅହେ ନୀଳ ଶଇଳ 'ର ମନଛୁଆଁ ଉପସ୍ଥାପନା ରୁ ।ପରେ ପରେ ଗୁରୁ ରମେଶ ଚନ୍ଦ୍ର ଜେନା ଙ୍କ ପରିବେଷଣ ' ପ୍ରକୃତି ପୁରୁଷ ' ଅର୍ଦ୍ଧନାରୀଶ୍ୱର ଚେତନା ର ବିସ୍ତାର କରିଥିଲା । ନୃତ୍ୟାଚର୍ଯ୍ୟ ଗୁରୁ ଦୁର୍ଗାବରଣ ରଣବୀରଙ୍କ ସଂଯୋଜନା ପ୍ରସ୍ତୁତ ଅଭିନୟ ' ଜଣେ କେହି ମୋ ସଙ୍ଗେ ଆସ 'କୁ ନିଖୁଣ ଭାବେ ପରଷି ଦେଇଥିଲେ ଶିଳ୍ପୀ ଗାୟତ୍ରୀ ରଣବୀର ।ପରିଶେଷରେ ରୁଦ୍ରାକ୍ଷ ଫାଉଣ୍ଡେସନ ର ଶିଳ୍ପିଗଣ ଦଳଗତ ଉପସ୍ଥାପନାରେ ମଞ୍ଚସ୍ଥ କରିଥିଲେ 'ଚକ୍ରବ୍ର୍ୟୁହ' । କାର୍ଯ୍ୟକ୍ରମ ଶେଷରେ ଅତିଥି ବୃନ୍ଦଙ୍କ ଦ୍ଵାରା ଗୁରୁ ଆରତୀ କର, ଗୁରୁ ଉମେଶ ଚନ୍ଦ୍ର ଦାଶ,ଗୁରୁ ବିଜୟ ଜେନା ,ଓ ଗୁରୁ ଜଗନ୍ନାଥ ଦାସଙ୍କୁ ସମ୍ୱୋଦ୍ଧିତ କରିଥିଲେ । ବିଶିଷ୍ଟ ନୃତ୍ୟଗୁରୁ ସହଦେବ ପାଢୀଙ୍କ ଦ୍ଵାରା ପ୍ରତିଷ୍ଠିତ ତଥା ଶ୍ୱେତ ପାଢୀଙ୍କ ଦ୍ଵାରା ପରିଚାଳିତ ଉଡ୍ରର ଅତିଥି ମାନେ ପ୍ରଶଂସା କରିଥିଲେ । ଅଧ୍ୟାପକ ଡ଼. ମୃତୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଉଡ୍ର ର ସଦସ୍ୟ ପ୍ରତାପ କୁମାର ସାହୁ, ମହେଶ୍ୱର ପଣ୍ଡା, ନୃତ୍ୟଶିଳ୍ପୀ ଶୁଭଲକ୍ଷ୍ମୀ ପାଢ଼ୀ ପରିଚାଳନାରେ ସହାୟତା ଦେଇଥିଲେ ।କାର୍ଯ୍ୟକ୍ରମ ଶେଷରେ ଲୋପାମୁଦ୍ରା ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।

powered by social2s