ନୂଆଦିଲ୍ଲୀ: ଆଜି ‘ମନ୍ କୀ ବାତ୍’ର ୧୦୦ତମ ସଂସ୍କରଣ ପ୍ରସାରଣ ଅବ୍ୟବହିତ ପୂର୍ବରୁ ‘ମନ୍ କୀ ବାତ୍’ ମୋ ପାଇଁ ପ୍ରକୃତରେ ଏକ ବିଶେଷ ଯାତ୍ରା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ପୂର୍ବାହ୍ନ ୧୧ଟାରେ ‘ମନ୍ କୀ ବାତ୍’ ପ୍ରସାରଣ ଶୁଣନ୍ତୁ। ବାସ୍ତରେ ଏହା ଗୋଟାଏ ବିଶେଷ ଯାତ୍ରା, ଯେଉଁଥିରେ ଆମେ ଭାରତବାସୀଙ୍କର ସମ୍ମିଳିତ ଭାବନାକୁ ସ୍ବୀକୃତି ଦେବା ସହିତ ପ୍ରେରଣାଦୟୀ ଜୀବନଯାତ୍ରା ଉପରେ ଗୁରୁତ୍ବାରୋପ କରୁଛନ୍ତି। ଆଜି ରେଡିଓ ଓ ଦୂରଦର୍ଶନରେ ମାଧ୍ଯମରେ ୧୦୦ତମ ମନ କି ବାତ୍ କାର୍ଯ୍ୟକ୍ରମରେ ମନର କଥା କହିଲେ ମୋଦି। ଦେଶର ପର୍ଯ୍ୟଟନ କ୍ଷେତ୍ରରେ ପ୍ରଗତି ଆସିଛି କହିଲେ ମୋଦି। ମନ କୀ ବାତ୍'ର 100ତମ ଏପିସୋଡ୍ରେ ଆପଣମାନଙ୍କଠାରୁ ଶୁଭେଚ୍ଛା ପାଇଛି। ଆପଣମାନଙ୍କଠାରୁ ଲକ୍ଷାଧିକ ଚିଠି ପାଇଛି, ମୋତେ ଏହା ଅଭିଭୂତ କରିଛି।`ମନ୍ କୀ ବାତ୍'ରେ କୋଟିକୋଟି ଲୋକ ଯୋଡ଼ି ହୋଇଛନ୍ତି। ଛତିଶଗଡ଼, ତାମିଲନାଡୁ ମହିଳାଙ୍କ ସଫଳତା କଥା କହିଲେ ମୋଦି। ତାମିଲନାଡୁର 20 ହଜାର ମହିଳା ନାଗ ନଦୀର ପୁନରୁଦ୍ଧାର କରିଥିଲେ। ବେଟି ୱିଥ୍ ସେଲ୍ଫି ଗ୍ଲୋବାଲ୍ କ୍ୟାମ୍ପେନ୍ ହୋଇଛି: ପ୍ରଧାନମନ୍ତ୍ରୀ। `ମନ୍ କୀ ବାତ୍'ରେ ନାରୀଶକ୍ତି ସମ୍ପର୍କରେ ସ୍ଵତନ୍ତ୍ର ଆଲୋଚନା ହୁଏ।`ମନ୍ କୀ ବାତ୍' ମୋ ଭାବନା ଓ କର୍ତ୍ତବ୍ୟ ସହ ଯୋଡ଼ା। `ସ୍ଵଚ୍ଛ ସିଆଚୀନ୍' ପ୍ରସଙ୍ଗରେ ଆଲୋଚନା କରାଯାଇଛି। ପ୍ଲାଷ୍ଟିକ ବର୍ଜନ ସହ ସ୍ଵଚ୍ଛ ପରିବେଶ ରକ୍ଷା ଦିଗରେ ମଧ୍ୟ ଆଲୋଚନା ହୋଇଛି।
ମନ୍ କୀ ବାତ୍ ପ୍ରକୃତରେ ମୋ ପାଇଁ ଏକ ବିଶେଷ ଯାତ୍ରା: ପ୍ରଧାନମନ୍ତ୍ରୀ ମୋଦୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s