ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ସବିଶେଷ ବିବରଣୀ ଦେଇଛନ୍ତି। ସେ କହିଛନ୍ତି ଯେ, ୨୦୨୨ ମାର୍ଚ୍ଚ ରେ ପଞ୍ଚାୟତ କାର୍ଯ୍ୟକାଳ ସରିବ। ତେଣୁ ଏହା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ। ସେ ଆହୁରି ସୂଚନା ଦେଇଛନ୍ତି ଯେ, ଡିସେମ୍ବର ୪ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଡିସେମ୍ବର ୬ ରେ ଚୂଡାନ୍ତ ତାଲିକା ନିର୍ବାଚନ କମିଶନର ଙ୍କ ପାଖରେ ଦାଖଲ ହେବ। ଶେଷରେ ଡିସେମ୍ବର ୧୪ ସୁଦ୍ଧା ତାଲିକା ନିର୍ବାଚନ ଆୟୋଗ ଙ୍କ ନିକଟକୁ ଆସିବ। ତେଣୁ ନଭେମ୍ବର ୧ ସୁଦ୍ଧା ୧୮ ବର୍ଷ ହୋଇଥିଲେ କୌଣସି ବ୍ୟକ୍ତି ପଞ୍ଜିକରଣ କରିପାରିବେ। ସେ ଆହୁରି ସୂଚନା ଦେଇଛନ୍ତି ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ ୨୯ ଜିଲ୍ଲାର ତାଲିକା ପ୍ରକାଶ ପାଇବ। ରେମୁଣା କୁ ନୂଆ ଏନଏସି ମାନ୍ୟତା ଦେଆଯାଇଥିବାରୁ ବାଲେଶ୍ଵର ରେ ନିର୍ବାଚନ ଶେଷରେ ହେବ। ତେବେ ନିର୍ଦ୍ଧାରିତ ସମୟରେ ୩୦ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି।
ପଞ୍ଚାୟତ ନିର୍ବାଚନ: ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s