Entertainment News
ଭୁବନେଶ୍ୱର: ରିଲାଏନ୍ସ ଜିଓର ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଖୁବ୍ କମ୍ ସମୟ ମଧ୍ୟରେ ଓଡିଶାର ସମସ୍ତ ଛୋଟ ବଡ ସହର ତଥା ସହର ଉପକଣ୍ଠ ଅଞ୍ଚଳ, ତହସିଲ ଏବଂ ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳରେ ବିଶ୍ୱ ସ୍ତରୀୟ ଘରୋଇ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଉପଲବ୍ଧ କରି ଡିଜିଟାଲ୍ କ୍ରାନ୍ତିର ପଥକୁ ସୁଗମ କରିଛି। ସାରା ଓଡ଼ିଶାରେ ପ୍ରାୟ ୪ ଲକ୍ଷ ଘର ଏବଂ ବ୍ୟବସାୟ ପରିସର ବର୍ତ୍ତମାନ ଜିଓ ଫାଇବର ଏବଂ ଜିଓ ଏୟାର ଫାଇବର ସେବାକୁ ଉପଭୋଗ କରୁଛନ୍ତି। ଜିଓ ଏୟାରଫାଇବର ସେବାକୁ ନେଇ ସମଗ୍ର ରାଜ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ଏହି ସେବା ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା, ଛୋଟ ବଡ ସହର ତଥା ତହସିଲ ମୁଖ୍ୟାଳୟ ସହର ସମେତ ହଜାର ହଜାର ଗାଁର ପ୍ରତ୍ୟେକ ଘର ଏବଂ ବ୍ୟବସାୟ ପାଇଁ ଉପଲବ୍ଧ। ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁଁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା, ନିରବଛିନ୍ନ ୱାଇଫାଇ ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି। ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି । ବିଶେଷକରି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଉଦ୍ୟୋଗୀ, ବୃତ୍ତିଗତ ପେସାଦାର ବା ପ୍ରଫେସନାଲ ଏବଂ ପରିବାରଗୁଡିକୁ ଭରସାଯୋଗ୍ୟ ହାଇ ସ୍ପିଡ଼ ଇଣ୍ଟରନେଟ ଦ୍ୱାରା ଡିଜିଟାଲ ମାଧ୍ୟମରେ ଏହା ସଶକ୍ତ କରିଛି। ଜିଓ ଏୟାର ଫାଇବର ସେହି ଅଞ୍ଚଳ ବା ଭୌଗଳିକ କ୍ଷେତ୍ରଗୁଡିକ ପାଇଁ ଏକ ଆଶାର ଆଲୋକ ସାଜିଛି ଯେଉଁଠାରେ ପୂର୍ବରୁ ଅପ୍ଟିକାଲ୍ ଫାଇବର ମାଧ୍ୟମରେ 'ଶେଷ ମାଇଲ୍ କନେକ୍ଟିଭିଟି' ଯୋଗାଇବାରେ ଅସୁବିଧା ହୋଇଥିଲା। ଏହି କାରଣରୁ ଲକ୍ଷ ଲକ୍ଷ ପରିସର ବ୍ରଡବ୍ୟାଣ୍ଡ ସହିତ ସଂଯୋଗ ହୋଇପାରୁନଥିଲା। ଜିଓ ଏୟାର ଫାଇବର ଏହି ସମସ୍ୟାକୁ ଦୂର କରିବା ସହିତ ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ମଧ୍ୟ ଫାଇବରର ହାଇସ୍ପିଡ଼ ଇଣ୍ଟରନେଟ ଉପଲବ୍ଧ କରିଛି ଯେଉଁଠାରେ ଏହା ପୂର୍ବରୁ ଏକରକମ ଅସମ୍ଭବ ସ୍ବପ୍ନ ଭଳି ରହିଥିଲା। ସାରା ଓଡ଼ିଶାରେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ଘର, ହୋଟେଲ, ରେଷ୍ଟୁରାଣ୍ଟ, ଛୋଟ ବଡ ବ୍ୟବସାୟ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନ ଜିଓ ଏୟାରଫାଇବର ଚୟନ କରୁଛନ୍ତି ଏବଂ ବିଶ୍ୱ ସ୍ତରୀୟ ଘରୋଇ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ସେବାକୁ ଉପଭୋଗ କରୁଛନ୍ତି। ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାୟୀ ସୁଲଭ ମୂଲ୍ୟର ପ୍ଲାନ ସହିତ ଆକର୍ଷଣୀୟ ଅଫର ଜରିଆରେ ରାଜ୍ୟରେ ପ୍ରତିଦିନ ହଜାର ହଜାର ନୂଆ ଗ୍ରାହକ ଯୋଡୁଛି ଜିଓ ଏୟାରଫାଇବର।
More News
Top Stories
ଭୁବନେଶ୍ୱର: ରିଲାଏନ୍ସ ଜିଓର ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସେବା ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଖୁବ୍ କମ୍ ସମୟ ମଧ୍ୟରେ ଓଡିଶାର ସମସ୍ତ ଛୋଟ ବଡ ସହର ତଥା ସହର ଉପକଣ୍ଠ ଅଞ୍ଚଳ, ତହସିଲ ଏବଂ ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳରେ ବିଶ୍ୱ ସ୍ତରୀୟ ଘରୋଇ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଉପଲବ୍ଧ କରି ଡିଜିଟାଲ୍ କ୍ରାନ୍ତିର ପଥକୁ ସୁଗମ କରିଛି। ସାରା ଓଡ଼ିଶାରେ ପ୍ରାୟ ୪ ଲକ୍ଷ ଘର ଏବଂ ବ୍ୟବସାୟ ପରିସର ବର୍ତ୍ତମାନ ଜିଓ ଫାଇବର ଏବଂ ଜିଓ ଏୟାର ଫାଇବର ସେବାକୁ ଉପଭୋଗ କରୁଛନ୍ତି। ଜିଓ ଏୟାରଫାଇବର ସେବାକୁ ନେଇ ସମଗ୍ର ରାଜ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ଏହି ସେବା ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା, ଛୋଟ ବଡ ସହର ତଥା ତହସିଲ ମୁଖ୍ୟାଳୟ ସହର ସମେତ ହଜାର ହଜାର ଗାଁର ପ୍ରତ୍ୟେକ ଘର ଏବଂ ବ୍ୟବସାୟ ପାଇଁ ଉପଲବ୍ଧ। ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁଁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା, ନିରବଛିନ୍ନ ୱାଇଫାଇ ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି। ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି । ବିଶେଷକରି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଉଦ୍ୟୋଗୀ, ବୃତ୍ତିଗତ ପେସାଦାର ବା ପ୍ରଫେସନାଲ ଏବଂ ପରିବାରଗୁଡିକୁ ଭରସାଯୋଗ୍ୟ ହାଇ ସ୍ପିଡ଼ ଇଣ୍ଟରନେଟ ଦ୍ୱାରା ଡିଜିଟାଲ ମାଧ୍ୟମରେ ଏହା ସଶକ୍ତ କରିଛି। ଜିଓ ଏୟାର ଫାଇବର ସେହି ଅଞ୍ଚଳ ବା ଭୌଗଳିକ କ୍ଷେତ୍ରଗୁଡିକ ପାଇଁ ଏକ ଆଶାର ଆଲୋକ ସାଜିଛି ଯେଉଁଠାରେ ପୂର୍ବରୁ ଅପ୍ଟିକାଲ୍ ଫାଇବର ମାଧ୍ୟମରେ 'ଶେଷ ମାଇଲ୍ କନେକ୍ଟିଭିଟି' ଯୋଗାଇବାରେ ଅସୁବିଧା ହୋଇଥିଲା। ଏହି କାରଣରୁ ଲକ୍ଷ ଲକ୍ଷ ପରିସର ବ୍ରଡବ୍ୟାଣ୍ଡ ସହିତ ସଂଯୋଗ ହୋଇପାରୁନଥିଲା। ଜିଓ ଏୟାର ଫାଇବର ଏହି ସମସ୍ୟାକୁ ଦୂର କରିବା ସହିତ ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ମଧ୍ୟ ଫାଇବରର ହାଇସ୍ପିଡ଼ ଇଣ୍ଟରନେଟ ଉପଲବ୍ଧ କରିଛି ଯେଉଁଠାରେ ଏହା ପୂର୍ବରୁ ଏକରକମ ଅସମ୍ଭବ ସ୍ବପ୍ନ ଭଳି ରହିଥିଲା। ସାରା ଓଡ଼ିଶାରେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ଘର, ହୋଟେଲ, ରେଷ୍ଟୁରାଣ୍ଟ, ଛୋଟ ବଡ ବ୍ୟବସାୟ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନ ଜିଓ ଏୟାରଫାଇବର ଚୟନ କରୁଛନ୍ତି ଏବଂ ବିଶ୍ୱ ସ୍ତରୀୟ ଘରୋଇ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ସେବାକୁ ଉପଭୋଗ କରୁଛନ୍ତି। ଗ୍ରାହକମାନଙ୍କ ଆବଶ୍ୟକତା ଅନୁଯାୟୀ ସୁଲଭ ମୂଲ୍ୟର ପ୍ଲାନ ସହିତ ଆକର୍ଷଣୀୟ ଅଫର ଜରିଆରେ ରାଜ୍ୟରେ ପ୍ରତିଦିନ ହଜାର ହଜାର ନୂଆ ଗ୍ରାହକ ଯୋଡୁଛି ଜିଓ ଏୟାରଫାଇବର।
ମୁମ୍ବାଇ / ଭୁବନେଶ୍ୱର: ସାରା ଦେଶରେ ୧୭ କୋଟିରୁ ଅଧିକ ଗ୍ରାହକ ଜିଓର ୫ଜି ନେଟୱାର୍କ ବ୍ୟବହାର କରନ୍ତି। ଏହା ସହିତ ଜିଓ ଚୀନ୍ ବାହାରେ ବିଶ୍ୱର ସର୍ବବୃହତ ଷ୍ଟାଣ୍ଡାଲୋନ ୫ଜି ଅପରେଟର ହୋଇପାରିଛି । ୫ଜି ଗ୍ରାହକ ବର୍ତ୍ତମାନ ଜିଓରେ ମୋଟ ଡାଟା ବ୍ୟବହାରର ୪୦ ପ୍ରତିଶତ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଜିଓ ନେଟୱାର୍କରେ ୫ଜି ଗ୍ରାହକମାନେ ବୃଦ୍ଧି ପାଇବା ସହିତ ପ୍ରତି ମାସରେ ଗ୍ରାହକ ପିଛା ଡାଟା ବ୍ୟବହାର ମଧ୍ୟ ବୃଦ୍ଧି ପାଇ ଡିସେମ୍ବର ଶେଷ ସୁଦ୍ଧା ୩୨.୩ ଜିବି ଛୁଇଁଛି, ଯାହା ଶିଳ୍ପରେ ସର୍ବାଧିକ। ଏହି ବର୍ଷ ଜିଓ ନେଟୱାର୍କରେ ମୋଟ ଡାଟା ବ୍ୟବହାର ୪୬୫୧ କୋଟି ଜିବି ଥିଲା । ଗତ ବର୍ଷ ତୁଳନାରେ ଏହା ୨୨.୨ ପ୍ରତିଶତ ଅଧିକ ରହିଥିଲା । ରିଲାଏନ୍ସ ଏହାର ତ୍ରୈମାସିକ ଫଳାଫଳରେ ଏହା ପ୍ରକାଶ କରିଛି। ଜିଓର ପ୍ରଦର୍ଶନ ଉପରେ ଖୁସି ବ୍ୟକ୍ତ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି, “ଡିଜିଟାଲ ସେବା ବ୍ୟବସାୟରେ ଦୃଢ ଅଭିବୃଦ୍ଧି ହେବାର କାରଣ ହେଉଛି ଗ୍ରାହକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି। ଉନ୍ନତ ଗ୍ରାହକ ମିଶ୍ରଣ ଏବଂ ୫ଜି ନେଟୱାର୍କକୁ ଅପଗ୍ରେଡ୍ କରୁଥିବା ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ବଳରେ ଏହା ସମ୍ଭବ ହୋଇଛି। ହୋମ ବ୍ରଡବ୍ୟାଣ୍ଡ ସେବାରେ ଆକର୍ଷଣୀୟ ଅଫର ସହିତ ଜିଓ ବଜାରରେ ନିଜର ଏକ ନମ୍ବର ସ୍ଥାନକୁ ଆହୁରି ମଜବୁତ କରିଛି। ” ରିଲାଏନ୍ସ ଜିଓ ଚେୟାରମ୍ୟାନ୍ ଆକାଶ ଅମ୍ବାନୀ କହିଛନ୍ତି, “ଡିଜିଟାଲ୍ ଇଣ୍ଡିଆ ମିଶନକୁ ପୂରଣ କରିବା ପାଇଁ ଜିଓ ଗତ ଏକ ବର୍ଷ ମଧ୍ୟରେ ସାରା ଦେଶରେ ୫ଜି ବିସ୍ତାର କରିବା ଏବଂ ଫିକ୍ସଡ଼ ବ୍ରଡବ୍ୟାଣ୍ଡ ସେବାକୁ ବଡ ସହରରୁ ଆଗକୁ ନେବା ଦିଗରେ କାର୍ଯ୍ୟ କରିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଶକ୍ତି ବ୍ୟବହାର କରି ତଥା ଟେକ୍ନୋଲୋଜିରେ ନବସୃଜନକୁ ପ୍ରୋତ୍ସାହିତ କରି ଜିଓ ଏପରି ଏକ ସଂଯୁକ୍ତ ଭବିଷ୍ୟତର ମୂଳଦୁଆ ପକାଇଛି ଯାହାଦ୍ୱାରା ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ସମସ୍ତେ ଏଥିରୁ ଉପକୃତ ହେବେ। ୨୦୨୪ ବର୍ଷ ଶେଷ ସୁଦ୍ଧା ଦେଶରେ ଜିଓ ଗ୍ରାହକଙ୍କ ସଂଖ୍ୟା ୪୮ କୋଟି ୨୧ ଲକ୍ଷ ଅତିକ୍ରମ କରିଛି। ଜିଓ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୩୩ ଲକ୍ଷ ନେଟ ଗ୍ରାହକଙ୍କୁ ଯୋଡିଛି। ତୃତୀୟ ତ୍ରୈମାସିକରେ ଜିଓର ଆର୍ଥିକ ପ୍ରଦର୍ଶନ ମଧ୍ୟ ବେଶ ଉତ୍କୃଷ୍ଟ ରହିଥିଲା। ଜିଓ ପ୍ଲାଟଫର୍ମ ଲିମିଟେଡର ନେଟ୍ ଲାଭ ପୂର୍ବ ବର୍ଷ ସମାନ ତ୍ରୟମାସ ତୁଳନାରେ ୨୬ ପ୍ରତିଶତ ବୃଦ୍ଧି ହୋଇ, ୬୮୬୧ କୋଟି ଟଙ୍କାରେ ପହଞ୍ଚିଛି। ଉନ୍ନତ ଗ୍ରାହକ ମିଶ୍ରଣ ବଳରେ ଜିଓର ଗ୍ରାହକ ପିଛା ମାସିକ ରାଜସ୍ବ ୨୦୩.୩ ଟଙ୍କାକୁ ବୃଦ୍ଧି ପାଇଛି।
ଭୁବନେଶ୍ୱର: ଡାଟା ଟ୍ରାଫିକ୍ ଦୃଷ୍ଟିରୁ ରିଲାଏନ୍ସ ଜିଓ ବିଶ୍ୱର ସର୍ବବୃହତ ନେଟୱାର୍କ ହୋଇ ରହିଛି। ଜାନୁୟାରୀରୁ ସେପ୍ଟେମ୍ବର ୨୦୨୪ ମଧ୍ୟରେ ପ୍ରଥମ ତିନୋଟି ତ୍ରୟମାସର ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ଚୀନର କମ୍ପାନୀ ଚାଇନା ମୋବାଇଲ୍ ଠାରୁ କ୍ରମାଗତ ଭାବରେ ଆଗରେ ରହିଛି। ବିଶ୍ୱର ଦୂରସଂଚାର କ୍ଷେତ୍ରର ଅନୁଶୀଳନକାରୀ କମ୍ପାନୀ ଟେଫିସିଏଣ୍ଟ୍ ଅନୁଯାୟୀ ଜିଓ ଏବଂ ଚାଇନା ମୋବାଇଲ୍ ପରେ ଅନ୍ୟ ଏକ ଚୀନ କମ୍ପାନୀ ଚାଇନା ଟେଲିକମ୍ ଡାଟା ଟ୍ରାଫିକରେ ତୃତୀୟ ସ୍ଥାନରେ ଥିବାବେଳେ ଭାରତୀୟ କମ୍ପାନୀ ଏୟାରଟେଲ ଚତୁର୍ଥ ସ୍ଥାନରେ ରହିଛି। ଭୋଡା ଆଇଡିଆ ଷଷ୍ଠ ସ୍ଥାନ ହାସଲ କରିଛି। ଟେଫିସିଏଣ୍ଟ ନିଜ ଟ୍ୱିଟରେ କହିଛନ୍ତି ଯେ ଚୀନ୍ କମ୍ପାନୀ ଚାଇନା ମୋବାଇଲ୍ ସମ୍ଭବତଃ ନିଜର ପ୍ରଭାବ ହରାଇଛି। ଚାଇନା ମୋବାଇଲରେ ବାର୍ଷିକ ଅଭିବୃଦ୍ଧି ମାତ୍ର ୨% ହୋଇଥିବାବେଳେ ଜିଓ ଏବଂ ଚାଇନା ଟେଲିକମରେ ପ୍ରାୟ ୨୪% ଏବଂ ଏୟାରଟେଲରେ ୨୩% ଅଭିବୃଦ୍ଧି ଘଟିଛି। ୫ଜି ନେଟୱାର୍କର ଦୃଢ ଉପସ୍ଥିତି ପାଇଁ ଭାରତୀୟ କମ୍ପାନୀଗୁଡିକର ଡାଟା ଟ୍ରାଫିକ୍ ବୃଦ୍ଧି ପାଇଥିବା ଟେଫିସିଏଣ୍ଟ୍ ଦର୍ଶାଇଛି । ଏଥିସହିତ, ୫ଜି ଚୀନ୍ର ଡାଟା ଟ୍ରାଫିକ ଉପରେ ଭାରତ ଭଳି ପ୍ରଭାବ ପକାଇ ପାରି ନାହିଁ। ୫ଜି ଏବଂ ଘରୋଇ ବ୍ରଡବ୍ୟାଣ୍ଡ ପାଇଁ ରହିଥିବା ପ୍ରବଳ ଚାହିଦା ଜିଓର ବିଶ୍ୱରେ ଡାଟା ଟ୍ରାଫିକ୍ ଦୃଷ୍ଟିରୁ ଏକ ନମ୍ବର ହେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଗତ ତିନିବର୍ଷ ମଧ୍ୟରେ ଜିଓ ନେଟୱାର୍କରେ ଡାଟା ଟ୍ରାଫିକ୍ ପ୍ରାୟ ଦ୍ୱିଗୁଣିତ ହୋଇଛି। ଜିଓର ୫ଜି ନେଟୱାର୍କରେ ପ୍ରାୟ ୧୪ କୋଟି ୮୦ ଲକ୍ଷ ଗ୍ରାହକ ଯୋଡି ହୋଇଛନ୍ତି। ଜିଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ଏହାର ମୋଟ ଡାଟା ଟ୍ରାଫିକ୍ ୪୫ ଏକ୍ସାବାଇଟ୍ ଅତିକ୍ରମ କରିଛି।
ମୁମ୍ବାଇ / ଭୁବନେଶ୍ୱର: ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରୀ ରାଜକୋଷରେ ମୋଟ ୧,୮୬,୪୪୦ କୋଟି ଟଙ୍କା ଜମା କରିଛି। ଗତ ବର୍ଷ ତୁଳନାରେ ଏହା ୯ ହଜାର କୋଟି ଟଙ୍କାରୁ ଅଧିକ ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି। ଦେଶର ଅର୍ଥବ୍ୟବସ୍ଥାରେ ରିଲାଏନ୍ସର ବେଶ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜିକରଣ ମାଇଲ୍ଖୁଣ୍ଟ ଅତିକ୍ରମ କରିଥିବା ରିଲାଏନ୍ସ ଭାରତର ପ୍ରଥମ କମ୍ପାନୀ ହୋଇପାରିଛି। ଅନ୍ୟ କୌଣସି କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଙ୍କକୁ ଛୁଇଁ ପାରି ନାହାଁନ୍ତି। ଗତ ଆର୍ଥିକ ବର୍ଷ ତୁଳନାରେ ଏହା ୨୭ ପ୍ରତିଶତ ବୃଦ୍ଧି ହୋଇଛି। ମାର୍କେଟ କ୍ୟାପିଟାଲାଇଜେସନ୍ ଅର୍ଥାତ ବଜାର ପୁଞ୍ଜିକରଣ ଦୃଷ୍ଟିରୁ ରିଲାଏନ୍ସ ହେଉଛି ବିଶ୍ୱର ୪୮ତମ କମ୍ପାନୀ। ସେହିଭଳି ମୋଟ ରାଜସ୍ୱରେ ରିଲାଏନ୍ସ ୧୦ ଲକ୍ଷ କୋଟି ଟଙ୍କାର ମାଇଲ୍ଖୁଣ୍ଟ ଅତିକ୍ରମ କରିଛି। ରପ୍ତାନିରେ ରିଲାଏନ୍ସ ଦେଶର ମେରୁଦଣ୍ଡକୁ ମଧ୍ୟ ମଜବୁତ କରୁଛି। ଗତ ଆର୍ଥିକ ବର୍ଷରେ ରିଲାଏନ୍ସ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ରପ୍ତାନି କରିଥିଲା। କେବଳ ରପ୍ତାନିରେ ନୁହେଁ ଦେଶରେ ପୁଞ୍ଜିଗତ ସମ୍ପତ୍ତି ନିର୍ମାଣରେ ମଧ୍ୟ ରିଲାଏନ୍ସ ସବୁଠାରୁ ବଡ ଯୋଗଦାନକାରୀଙ୍କ ମଧ୍ୟରେ ଅନ୍ୟତମ ରହିଛି । କମ୍ପାନୀର ବାର୍ଷିକ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ୨୦୨୩-୨୪ ଆର୍ଥିକ ବର୍ଷରେ ୧ ଲକ୍ଷ ୩୫ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ବାର୍ଷିକ ରିପୋର୍ଟରେ କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ବିଶ୍ୱର ଆର୍ଥିକ ଦୃଶ୍ୟପଟରେ ଭାରତର ଗୁରୁତ୍ୱ ବହୁଗୁଣିତ ହୋଇଛି। ଅସ୍ଥିରତା ଏବଂ ଅନିଶ୍ଚିତତାର ଏହି ଦୁନିଆରେ ଭାରତ ସ୍ଥିରତା ଏବଂ ସମୃଦ୍ଧିର ପ୍ରତୀକ ଭାବରେ ଉଭା ହୋଇଛି । ସମସ୍ତ କ୍ଷେତ୍ରଗୁଡିକରେ ଦୃଢ଼ ଅଭିବୃଦ୍ଧି ହେଉଛି ୧୪୦ କୋଟି ଭାରତୀୟଙ୍କ ସାମୂହିକ ପ୍ରୟାସର ଫଳ । ଭାରତ ଏବଂ ଭାରତୀୟତାର ଏହି ଭାବନା ହିଁ ରିଲାଏନ୍ସକୁ ନିରନ୍ତର ନବସୃଜନ କରିବା ଏବଂ ପ୍ରତ୍ୟେକ ପ୍ରୟାସରେ ଉତ୍କୃଷ୍ଟତା ହାସଲ କରିବାକୁ ପ୍ରେରିତ କରିଥାଏ। ଭାରତର ଅଭିବୃଦ୍ଧି କାହାଣୀର ଏକ ଅଂଶ ହେବା ଏବଂ ଏହାର ଚମତ୍କାର ଅଭିବୃଦ୍ଧିରେ ଯୋଗଦାନ କରିବା ରିଲାଏନ୍ସ ପରିବାର ପାଇଁ ଗର୍ବର ବିଷୟ। ସମାଜ ପ୍ରତି ଏହାର ଦାୟିତ୍ୱ ନିର୍ବାହ କରି କମ୍ପାନୀ ସାମାଜିକ ଦାୟିତ୍ୱବୋଧ ବା ସିଏସଆର ବାବଦରେ ୨୦୨୩-୨୦୨୪ ଆର୍ଥିକ ବର୍ଷରେ ମୋଟ ୧,୫୯୨ କୋଟି ଟଙ୍କା ଖର୍ଚ୍ଚ କରିଛି। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୩୦୦ କୋଟି ଟଙ୍କା ଅଧିକ। ଲାଭ ହାସଲ କରିବାରେ ମଧ୍ୟ କମ୍ପାନୀ ପ୍ରଥମ ସ୍ଥାନରେ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନୀର ଟିକସ ପରବର୍ତ୍ତୀ ଲାଭ ୭୯୦୦୦ କୋଟି ଟଙ୍କାରୁ ଅଧିକ ରହିଥିଲା । ପୂର୍ବ ଆର୍ଥିକ ବର୍ଷର ୭୩୬୭୦ କୋଟି ଟଙ୍କା ତୁଳନାରେ ଏହା ୭.୩ ପ୍ରତିଶତ ଅଧିକ ରହିଥିଲା।
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ୨ ସ୍ଥାନ ଉପରକୁ ଉଠି ୮୬ ତମ ସ୍ଥାନକୁ ଉନ୍ନୀତ ହୋଇଛି। ଗତ ତିନିବର୍ଷ ମଧ୍ୟରେ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୬୯ ଟି ସ୍ଥାନ ଉପରକୁ ଉଠିଛି। ୨୦୨୧ ମସିହାରେ, ରିଲାଏନ୍ସ ଏହି ତାଲିକାରେ ୧୫୫ ତମ ସ୍ଥାନରେ ରହିଥିଲା। ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ଭାରତୀୟ କମ୍ପାନୀଗୁଡିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଶୀର୍ଷ ସ୍ଥାନରେ ରହିଛି। ଲଗାତାର ୨୧ ବର୍ଷ ଧରି ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସ୍ଥାନ ବଜାୟ ରଖିଛି। ଅନ୍ୟ କୌଣସି ଭାରତୀୟ କମ୍ପାନୀ ଏତେ ଦିନ ଧରି ଏହି ତାଲିକାରେ ରହିପାରି ନାହାଁନ୍ତି। ଫର୍ଚୁନ୍ ଅନୁଯାୟୀ, ରିଲାଏନ୍ସର ଆୟ ୧୦୮୮୭୭ ମିଲିୟନ ଡ଼ଲାର୍ ରେକର୍ଡ କରାଯାଇଥିଲା। କମ୍ପାନୀର ଲାଭ ୧.୩ ପ୍ରତିଶତ ବୃଦ୍ଧି ପାଇ ୮୪୧୨ ନିୟୁତ ଡଲାର ସ୍ତରରେ ପହଞ୍ଚିଛି ଏବଂ ପ୍ରାୟ ୩.୫ ଲକ୍ଷ କର୍ମଚାରୀ ରିଲାଏନ୍ସକୁ ସେମାନଙ୍କ ସେବା ଯୋଗାଇଛନ୍ତି। ୱାଲମାର୍ଟ, ଆମାଜନ ଏବଂ ଷ୍ଟେଟ୍ ଗ୍ରୀଡ୍ ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ପ୍ରଥମ ତିନୋଟି ସ୍ଥାନରେ ରହିଛନ୍ତି । ଏହା ବ୍ୟତୀତ ଆପଲ୍, ଟୟୋଟା ମୋଟର୍ସ, ଆଲଫାବେଟ୍, ସାମସଙ୍ଗ ଏବଂ ମେଟା ପ୍ଲାଟଫର୍ମ ଭଳି କେତେକ ପ୍ରମୁଖ କମ୍ପାନୀ ମଧ୍ୟ ପ୍ରଥମ ୧୦୦ ମଧ୍ୟରେ ସ୍ଥାନ ପାଇଛନ୍ତି।
ଭୁବନେଶ୍ୱର: ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ଡ୍ରୋନଗୁଡିକର ଏକ ଅଗ୍ରଣୀ ଡିପ୍-ଟେକ୍ ମାନୁଫ୍ୟାକ୍ଚରର ଭାବେ ବନ୍ଭିର ସ୍ଥିତିକୁ ସୁଦୃଢ କରିନାହିଁ ବରଂ ଏକ ୟୁଏସ୍ ଟିଭି ଶୋ’ରେ ୧୪ କୋଟି ଟଙ୍କାର ପୁରସ୍କାର ଜିତିଥିବା ଏକ ଭାରତୀୟ କମ୍ପାନୀ ଭାବେ ପ୍ରଥମ ହୋଇଛନ୍ତି । ଏହି ସଫଳତା ଉପରେ ବନ୍ଭି ଏରୋର ସହ-ପ୍ରତିଷ୍ଠାତା ଓ ସିଇଓ, ସତ୍ୟବ୍ରତ ଶତପଥୀ କହିଛନ୍ତିଯେ, “ଆମେ ମିଟ୍ ଦ ଡ୍ରେପର୍ସରେ ଶୀର୍ଷ ପୁରସ୍କାର ହାସଲ କରି ଉତ୍ସାହିତ ଅନୁଭବ କରୁଛୁ ଯାହା ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ଉତ୍କର୍ଷତା ଓ ଉଦ୍ଭାବନ ପ୍ରତି ଆମର ଉତ୍ସର୍ଗୀକୃତତାକୁ ରେଖାଙ୍କିତ କରୁଛି । ଏହି ସଫଳତା ଆମ ଟିମ୍ର କଠିନ ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ଏକ ପ୍ରମାଣ ଅଟେ ଏବଂ ଏହା ଆନ୍ତର୍ଜାତୀୟ ଉଦ୍ୟୋଗିକ ମଂଚରେ ଓଡିଶାର ବର୍ଦ୍ଧିତ ପ୍ରାଧାନ୍ୟକୁ ସୁଦୃଢ କରିଛି ।” ମିଟ୍ ଦ ଡ୍ରେପର୍ସରେ ବିଚାରପତି ମଣ୍ଡଳୀରେ ଟେସ୍ଲା, ସ୍ପେଶ ଏକ୍ସ, ହଟ୍ମେଲ, ସ୍କାଇପ୍ ଭଳି ଅତ୍ୟାଧୁନିକ କମ୍ପାନୀ ଏବଂ ଓ ଅନ୍ୟ ୨୫ଟି ୟୁନିକର୍ଣ୍ଣରେ ନିଜର ପ୍ରାରମ୍ଭିକ ପର୍ଯ୍ୟାୟ ନିବେଶ ପାଇଁ ସୁପରିଚିତ ଭେଂଚର କ୍ୟାପିଟାଲିଷ୍ଟ ଟିମ୍ ଡ୍ରେପର୍ ଓ ତାଙ୍କ ପରିବାର ସାମିଲ ଥିଲେ । ଏସମ୍ପର୍କରେ ଶ୍ରୀ ଶ୍ରୀ ୟୁନିଭର୍ସିଟିର ଏସ୍ଏସ୍ୟୁ ଇନୋଭେଶନ ଫାଉଣ୍ଡେଶନର ସିଇଓ ଡଃ ବରଦା ପି. ପାଣିଗ୍ରାହୀ କହିଛନ୍ତି, “ଆମର ଅଭିନବ ଆଭିମୁଖ୍ୟ ଓ ଦୃଷ୍ଟିକୋଣକୁ ଟିମ୍ ଡ୍ରେପର୍ଙ୍କ ଅନୁମୋଦନ ଏକ ଅଦ୍ଭୁତପୂର୍ବ ସମ୍ମାନ ଅଟେ । ତାଙ୍କର ସ୍ୱୀକୃତି ଅତ୍ୟାଧୁନିକ ଡ୍ରୋନ ଟେକ୍ନୋଲୋଜି ମାଧ୍ୟମରେ ପରିବହନ କ୍ଷେତ୍ରକୁ ବୈପ୍ଳବିକ କରିବା ପାଇଁ ଆମର ଲକ୍ଷ୍ୟକୁ ବୈଧ କରିଛି ।” ବନ୍ଭି ଏରୋର ସଦ୍ୟତମ ସଫଳତା ଏହି ପ୍ରତିଯୋଗିତାର ବିଜୟ ଓ ଫଣ୍ଡିଙ୍ଗ୍ ସଫଳତାଠାରୁ ଆଗକୁ ବିସ୍ତାରିତ ହୋଇଛି । ବନ୍ଭିର ଏରିଏଲ ଯାନ କାର୍ବନ-ମୁକ୍ତ ଓ ଶୂନ ନିର୍ଗମନ ବିଶିଷ୍ଟ ଅଟେ ଏବଂ ୨୦୭୦ ସୁଦ୍ଧା ନେଟ୍ ଜିରୋ ପାଇଁ ଭାରତ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା । କମ୍ପାନୀର ସିଟିଓ ଓ ସହ-ପ୍ରତିଷ୍ଠାତା ଅବିନାଶ ସାହୁ କହିଛନ୍ତି, “କମ୍ପାନୀ ସଫଳତାର ସହ ଭାରତୀୟ ସେନାକୁ ଆଡ୍ଭାନ୍ସଡ ଲିଜିଷ୍ଟିକ୍ସ ଡ୍ରୋନ୍ ପ୍ରଦାନ କରିଛି, ଯାହା ୧୦,୦୦୦ ଫୁଟ୍ରୁ ଅଧିକ ଉଚ୍ଚତା ସମେତ ଅଧିକ ଉଚ୍ଚତା ବିଶିଷ୍ଟ ଓ ଆହ୍ୱାନପୂର୍ଣ୍ଣ ପରିବେଶଗୁଡିକରେ ପରିଚାଳନା କରିବା ପାଇଁ ଏହାର କ୍ଷମତାକୁ ପ୍ରଦର୍ଶିତ କରୁଛି ।” ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ଓମକାର ରାୟ କହିଛନ୍ତି ଯେ, “ ଏହା କେବଳ ବନ୍ଭି ଏରୋ ପାଇଁ ନୁହେଁ ବରଂ ଆମ ରାଜ୍ୟର ସମସ୍ତ ଷ୍ଟାର୍ଟଅପ୍ଗୁଡିକ ପାଇଁ ମଧ୍ୟ ଏକ ବଡ ସଫଳତା ଅଟେ । ଆମେ ବହୁତ ଖୁସି ଯେ, ଷ୍ଟାର୍ଟଅପ୍ ଓଡିଶା ବିକଶିତ ହେଉଛି ଏବଂ ଆମେ ବନ୍ଭି ଏରୋର ସଫଳତାକୁ ଆମର ସଫଳତା ଭାବେ ବିବେଚନା କରୁଛୁ । ମୁଁ ଆପଣଙ୍କ ସହ ଏହା ସେୟାର କରି ଖୁସି ଅନୁଭବ କରୁଛି ଯେ, ଓଡିଶାରେ ମାନବ ସମ୍ବଳ ଓ ବୈଷୟିକ ସହଯୋଗର ଏକ ମଜବୁତ ଆଧାରକୁ ବିକଶିତ କରାଯାଉଛି ଯାହା ଡ୍ରୋନ ଟେକ୍ନେଲୋଜି ଓ ଆଭିଏଶନ କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡିକୁ ଆଗକୁ ବଢିବାରେ ସାହାଯ୍ୟ କରିବ ।” “ଏଆଇସି-ସିଜିୟୁ ଏବଂ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ମିଟ ଦ ଡ୍ରେପର୍ସ ସିଜନ-୬ରେ ସେମାନଙ୍କ ଷ୍ଟାର୍ଟଅପ୍ର ବିଜୟକୁ ଗର୍ବର ସହ ପାଳନ କରୁଛନ୍ତି, ଯାହା ଅନ୍ତର୍ଜାତୀୟ ମଂଚରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଚିହ୍ନ୍ିତ କରୁଛି । ପ୍ରମୋଟର ଶ୍ରୀ ସଞ୍ଜିବ କୁମାର ରାଉତ କହିଛନ୍ତି, “ଆମେ ଏକ ସୁଦୃଢ ଡ୍ରୋନ ଇକୋସିଷ୍ଟମର ପରିକଳ୍ପନା କରିଛୁ ଯାହା ଉଦ୍ଭାବନକୁ ତ୍ୱରାନ୍ୱିତ କରିବା ଏବଂ ଆଶାୟୀ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ମେଂଟରିଂ, ପ୍ରୋଟୋଟାଇପିଂ / ମାନୁଫ୍ୟାକ୍ଚରିଂ ଫ୍ୟାସିଲିଟି ଓ ଫଣ୍ଡିଙ୍ଗ୍ ସୁଯୋଗ ପ୍ରଦାନ କରିବ । ଆମେ ବିନ୍ଭି ଏରୋକୁ ପରବର୍ତୀ ପର୍ଯ୍ୟାୟଗୁଡିକ ପାଇଁ ପାଣ୍ଠି ହାସଲ କରିବା ଏବଂ ଭାରତର ୟୁନିକର୍ଣ୍ଣଗୁଡିକ ମଧ୍ୟରେ ଅବସ୍ଥାପିତ କରିବା ପାଇଁ ଷ୍ଟାର୍ଟଅପ୍ର ମୁଲ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିବା ପାଇଁ ଆଶାବାଦୀ ରହିଛୁ ।” ବିପର୍ଯ୍ୟୟ ପରିଚାଳନା, ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଓଡ଼ିଶା ସରକାର ସମ୍ମୁଖୀନ ହେଉଥିବା କିଛି ସ୍ୱତନ୍ତ୍ର ସମସ୍ୟାଗୁଡ଼ିକର ସମାଧାନ ପାଇଁ ବୋନଭି ଏରୋ ପ୍ରତିଶ୍ରୁତିବଦ୍ଧ । କମ୍ପାନୀର ଲକ୍ଷ୍ୟ ହେଉଛି ସାମଗ୍ରୀ ଏବଂ ଜନ ପରିବହନରେ କାର୍ବନ ମୁକ୍ତ ଏରିଅଲ ମୋବିଲିଟି ସମାଧାନରେ ନିଜକୁ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ପ୍ରତିଷ୍ଠିତ କରିବା ଏବଂ ପରିଚାଳନା ଦକ୍ଷତା, ବିଶ୍ୱସନୀୟତା ଏବଂ ନିରନ୍ତର ଅଭିନବତା ଉପରେ ଗୁରୁତ୍ୱ ଦେବା । ଏହାବ୍ୟତୀତ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସି ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ସିଓଓ, ସ୍ଥିତ ପ୍ରଜ୍ଞା ଓ କିଟ୍ର ଭାଗବତୀ ପଟ୍ଟନାୟକ ଉପସ୍ଥିତ ଥିଲେ ।
ଭୁବନେଶ୍ୱର: ନିକଟରେ ଭାରତର ତିନି ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆ ପକ୍ଷରୁ ନୂଆ ବର୍ଦ୍ଧିତ ରିଚାର୍ଜ ପ୍ଲାନ ଘୋଷଣା କରାଯାଇଛି। ଏହିସବୁ ନୂଆ ବର୍ଦ୍ଧିତ ରିଚାର୍ଜ ପ୍ଲାନ ଜୁଲାଇ ୩ରୁ ଲାଗୁ ହେବାକୁ ଯାଉଛି। ତେବେ ତିନି ଅପରେଟରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂଆ ବର୍ଦ୍ଧିତ ରିଚାର୍ଜ ପ୍ଲାନଗୁଡିକର ତୁଳନାତ୍ମକ ଅନୁଶୀଳନରେ ନୂଆ ପ୍ଲାନରେ ମଧ୍ୟ ରିଲାଏନ୍ସ ଜିଓ ଅନ୍ୟ ଦୁଇ ଅପରେଟରଙ୍କ ତୁଳନାରେ ସବୁଠାରୁ ଶସ୍ତା ରହିଥିବା ଜଣାପଡିଛି। ଉଦାହରଣ ସ୍ୱରୂପ ରିଲାଏନ୍ସ ଜିଓର ଦୈନିକ ୧ ଜିବି ଡାଟା ମିଳୁଥିବା ମାସିକ ପ୍ଲାନ ମୂଲ୍ୟ ୨୪୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ସୁବିଧା ରହିଥିବା ପ୍ଲାନ ମୂଲ୍ୟ ୨୯୯ ଟଙ୍କା ରହିଛି ଯାହା ଜିଓ ଠାରୁ ୨୦ ପ୍ରତିଶତ ବା ୫୦ ଟଙ୍କା ଅଧିକ। ସେହିଭଳି ରିଲାଏନ୍ସ ଜିଓର ଦୈନିକ ୧.୫ ଜିବି ଡାଟା ମିଳୁଥିବା ମାସିକ ପ୍ଲାନ ମୂଲ୍ୟ ୨୯୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ସୁବିଧା ରହିଥିବା ପ୍ଲାନ ମୂଲ୍ୟ ୩୪୯ ଟଙ୍କା ରହିଛି। ଦୈନିକ ୨ ଜିବି ଡାଟା ମିଳୁଥିବା ମାସିକ ପ୍ଲାନରେ ରିଲାଏନ୍ସ ଜିଓର ପ୍ଲାନ ମୂଲ୍ୟ ୩୪୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ପ୍ଲାନ ମୂଲ୍ୟ ୩୭୯ ଟଙ୍କା ରହିଛି। ଦୈନିକ ୧.୫ ଜିବି ଡାଟା ମିଳୁଥିବା ଦୁଇ ମାସିଆ ପ୍ଲାନରେ ତିନି କମ୍ପାନୀଙ୍କ ପ୍ଲାନ ମୂଲ୍ୟ ୫୭୯ ଟଙ୍କା ରହିଥିବା ବେଳେ ଦୈନିକ ୨ ଜିବି ଡାଟା ମିଳୁଥିବା ଦୁଇ ମାସିଆ ପ୍ଲାନ ପାଇଁ ରିଲାଏନ୍ସ ଜିଓର ପ୍ଲାନ ମୂଲ୍ୟ ୬୨୯ ଟଙ୍କା ଓ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ପ୍ଲାନ ମୂଲ୍ୟ ୬୪୯ ଟଙ୍କା ରହିଛି। ସେହିଭଳି ଲୋକପ୍ରିୟ ତିନିମାସ ବା ୮୪ ଦିନ ଅବଧିର ରିଚାର୍ଜ ପ୍ଲାନ କ୍ଷେତ୍ରରେ ମଧ୍ୟ ରିଲାଏନ୍ସ ଜିଓର ନୂଆ ପ୍ଲାନ ସବୁଠାରୁ ଶସ୍ତା ରହିଛି। ରିଲାଏନ୍ସ ଜିଓର ଦୈନିକ ୨ ଜିବି ଡାଟା ମିଳୁଥିବା ତିନିମାସିଆ ପ୍ଲାନ ମୂଲ୍ୟ ୮୫୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ପ୍ଲାନ ମୂଲ୍ୟ ୯୭୯ ଟଙ୍କା ରହିଛି। ଦୈନିକ ୧.୫ ଜିବି ଡାଟା ମିଳୁଥିବା ତିନିମାସିଆ ପ୍ଳାନରେ ରିଲାଏନ୍ସ ଜିଓର ପ୍ଲାନ ମୂଲ୍ୟ ୭୯୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ପ୍ଲାନ ମୂଲ୍ୟ ୮୫୯ ଟଙ୍କା ରହିଛି। ୩୬୫ ଦିନ ଅବଧି ବିଶିଷ୍ଟ ବାର୍ଷିକ ପ୍ଲାନ କ୍ଷେତ୍ରରେ ସମସ୍ତ ତିନି ଅପରେଟରଙ୍କ ପ୍ଲାନ ମୂଲ୍ୟ ୩୫୯୯ ଟଙ୍କା ରହିଥିବା ବେଳେ ରିଲାଏନ୍ସ ଜିଓ ୨୦ ପ୍ରତିଶତ ଅଧିକ ଡାଟା ପ୍ରଦାନ କରୁଛି। ଏହି ପ୍ଳାନରେ ରିଲାଏନ୍ସ ଜିଓ ଦୈନିକ ୨.୫ ଜିବି ପ୍ରଦାନ କରୁଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆ ଦୈନିକ ୨ ଜିବି ଡାଟା ପ୍ରଦାନ କରୁଛନ୍ତି। ଅତିରିକ୍ତ ଡାଟା ପ୍ୟାକ କ୍ଷେତ୍ରରେ ରିଲାଏନ୍ସ ଜିଓର ୧ ଜିବି, ୨ ଜିବି, ୬ ଜିବି ଅତିରିକ୍ତ ଡାଟା ପ୍ୟାକ ମୂଲ୍ୟ ଯଥାକ୍ରମେ ୧୯ ଟଙ୍କା, ୨୯ ଟଙ୍କା ଓ ୬୯ ଟଙ୍କା ରହିଛି। ଅନ୍ୟପକ୍ଷରେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ୧ ଜିବି, ୨ ଜିବି, ୬ ଜିବି ଅତିରିକ୍ତ ଡାଟା ପ୍ୟାକ ମୂଲ୍ୟ ଯଥାକ୍ରମେ ୨୨ ଟଙ୍କା, ୩୩ ଟଙ୍କା ଓ ୭୭ ଟଙ୍କା ରହିଛି। ରିଲାଏନ୍ସ ଜିଓର ନୂଆ ପୋଷ୍ଟପେଡ଼ ପ୍ଲାନ ମୂଲ୍ୟ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ପୋଷ୍ଟପେଡ଼ ପ୍ଲାନ ତୁଳନାରେ ୧୦୦ ଟଙ୍କା କମ ରହିଛି। ମାସିକ ୩୦ ଜିବି ଡାଟା ଉପଲବ୍ଧ ହେଉଥିବା ଜିଓର ନୂଆ ପୋଷ୍ଟପେଡ଼ ପ୍ଲାନ ମୂଲ୍ୟ ୩୪୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ପୋଷ୍ଟପେଡ଼ ପ୍ଲାନର ମୂଲ୍ୟ ୪୪୯ ଟଙ୍କା ରହିଛି। ସେହିଭଳି ମାସିକ ୭୫ ଜିବି ଡାଟା ଉପଲବ୍ଧ ହେଉଥିବା ଜିଓର ନୂଆ ପୋଷ୍ଟପେଡ଼ ପ୍ଲାନ ମୂଲ୍ୟ ୪୪୯ ଟଙ୍କା ରହିଥିବା ବେଳେ ଏୟାରଟେଲ ଏବଂ ଭୋଡାଫୋନ ଆଇଡ଼ିଆର ସମାନ ପୋଷ୍ଟପେଡ଼ ପ୍ଲାନର ମୂଲ୍ୟ ୫୪୯ ଟଙ୍କା ରହିଛି।
ଭୁବନେଶ୍ୱର: ଲୋକପ୍ରିୟ ରାସ୍ତା ଓ ହିମାଳୟାନ୍ କିଚେନ ୟେତି ଭୁବନେଶ୍ୱରରେ ନିଜର ଗ୍ରାଣ୍ଡ୍ ଓପ୍ନିଙ୍ଗ ସମ୍ପର୍କରେ ଘୋଷଣା କରିଛି । ‘ରାସ୍ତା’ର ଏହି ୯ମ ଆଉଟଲେଟର ଶୁଭାରମ୍ଭ ଏହାର ବଢ଼ୁଥିବା ଲୋକପ୍ରିୟତାକୁ ଦର୍ଶାଉଛି । ଭୁବନେଶ୍ୱରର ପଣ୍ଡା ଆଣ୍ଡ କୋ, ୫ମ ମହଲା, ପ୍ଲଟ୍-୭ ଓ ୮, ଝାରପଡା, ୨, ପୁରୀ-କଟକ ରୋଡ, ଲକ୍ଷ୍ମୀସାଗର, ବ୍ରାଇଟ୍ ଷ୍ଟିଲ୍ ନିକଟରେ ଅବସ୍ଥାପିତ ରାସ୍ତା ୧୦୮୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ରହିଛି ଯେଉଁଥିରେ ଏକ ଟେରସ୍ ଓ ତଳ ଫ୍ଲୋର୍ ରହିଛି ଯାହ ଏକ ଅତୁଳନୀୟ ଲାଇଫ୍ଷ୍ଟାଇଲ ଅନୁଭୂତି ପାଇଁ ଚମତ୍କାର ପରିବେଶ ପ୍ରଦାନ କରୁଛି । ଭୁବନେଶ୍ୱର ଆଉଟଲେଟ୍ ଉତ୍କର୍ଷତା ପ୍ରତି ରାସ୍ତାର ପ୍ରତିବଦ୍ଧତା ପ୍ରତି ଏକ ପ୍ରମାଣ ଅଟେ । ଏକ ବୋହେମିଆନ ଭାଇବ୍ ସହ ମିଶ୍ରଣ ହୋଇଥିବା ଭିଂଟେଜ ରେଗା ଆଏସ୍ଥେଟିକ ସହିତ ଏହି ସ୍ଥାନଟି ଲାଲ, ସବୁଜ, ହଳଦିଆ ଆଦି ରଙ୍ଗରେ ସୁସଜ୍ଜିତ ହୋଇଛି, ଯାହା ବୋହୋ-ଚିକ୍ ଓ ରାସ୍ତା ସୌନ୍ଦର୍ଯ୍ୟତାକୁ ଧାରଣ କରିଛି । ଏହି ଜୀବନ୍ତ ଓ ଆକର୍ଷଣୀୟ ପରିବେଶ ବବ୍ ମାର୍ଲି ଓ ତାଙ୍କ ପତ୍ନୀ ରୀଟା ମାର୍ଲିଙ୍କ ବୃହତ୍ ପ୍ରତିମୂର୍ତି ଦ୍ୱାରା ପରିପୂର୍ଣ୍ଣ ହୋଇଛି ଯାହା ଏହାକୁ ଏକ ସ୍ୱତନ୍ତ୍ର ଗନ୍ତବ୍ୟସ୍ଥଳୀରେ ପରିଣତ କରୁଛି ଏବଂ ଏହା ସଙ୍ଗୀତର କିମ୍ବନ୍ଦନ୍ତୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ରାସ୍ତାର ପ୍ରତିଷ୍ଠାତା ଜୟ ସିଂହ ଏହି ନୂଆ ସ୍ଥାନ ସମ୍ପର୍କରେ ନିଜର ମତାମତ ବ୍ୟକ୍ତ କରି କହିଛନ୍ତି, “ ଭୁବନେଶ୍ୱରରେ ଆମର ନୂଆ ରାସ୍ତା ଆଉଟ୍ଲେଟ ପୂର୍ବ ଉପକୂଳର ଉତ୍ସାହକୁ କାରିବିଆନର ଲେଡ୍-ବ୍ୟାକ୍, ଫ୍ରି-ସ୍ପିରିଟେଡ ଭାଇବ୍ ସହ ଏକତ୍ରିତ କରିଛି । ଦୁଇଟି ମହଲାରେ ପରିବ୍ୟାପ୍ତ ଆମର ଡିଜାଇନ ଅତିଥିମାନଙ୍କୁ ସଙ୍ଗୀତ, ସ୍ୱାଧୀନତା ଓ ସଂସ୍କୃତିର ଏକ ଦୁନିଆକୁ ନେଇଯାଉଛି । ଆମର ଟେରାସ୍ ଓ ତଳ ମହଲାରେ ୨୮୧ ଜଣ ଅତିଥିଙ୍କ ବସିବା ପାଇଁ କ୍ଷମତା ରହିଥିବା ବେଳେ, ଆମେ ଏଭଳି ଏକ ସ୍ଥାନ ପ୍ରଦାନ କରିବା ପାଇଁ ଉତ୍ସାହିତ ରହିଛୁ ଯେଉଁଠାରେ ଲୋକମାନେ ବାସ୍ତବରେ ରାସ୍ତାର ଜୀବନଶୈଳୀ ଆପଣାଇପାରିବେ ।” ରାସ୍ତା ନିକଟରେ ୟେତି ରେଷ୍ଟୁରାଂଟ୍ ଏହାର ୧୧୩୦ ବର୍ଗଫୁଟ ସ୍ଥାନରେ ହିମାଳୟର ଲୋକପ୍ରିୟ ଖାଦ୍ୟଗୁଡିକ ସହିତ ଏକ ଆରାମଦାୟକ ସ୍ଥାନ ପ୍ରଦାନ କରୁଛି । ୪୮ ଜଣ ଅତିଥିଙ୍କ ବସିବା ବ୍ୟବସ୍ଥା ସହିତ ୟେତି ଅଥେଂଟିକ ଫ୍ଲେଭର ଓ ପାରମ୍ପରିକ ଆତିଥ୍ୟରେ ପରିପୂର୍ଣ୍ଣ ଏକ ଅନ୍ତରଙ୍ଗ ଡାଇନିଂ ଅନୁଭୂତିର ପ୍ରତିଶ୍ରୁତି ଦେଉଛି । ୟେତିର ସ୍ଥାନୀୟ ଫ୍ରାଂଚାଇଜି ପାର୍ଟନର ରାହୁଲ ସ୍ୱାଇଁ ନିଜର ଉତ୍ସାହ ବ୍ୟକ୍ତ କରି କହିଛନ୍ତି, “ରାସ୍ତା ସହିତ ଭୁବନେଶ୍ୱରକୁ ୟେତି ରେଷ୍ଟୁରାଂଟକୁ ଆଣିବା ଏକ ସ୍ୱପ୍ନ ପୂରଣ ହେବା ଭଳି ଅଟେ । ମୁଁ ସହର ସହିତ ହିମାଳୟର ଖାଦ୍ୟଗୁଡିକର ସ୍ୱତନ୍ତ୍ର ସ୍ୱାଦକୁ ବାଂଟିବା ପାଇଁ ଉତ୍ସାହିତ ରହିଛି ଯାହା ନିଜର ସମୃଦ୍ଧ ସ୍ୱାଦ ଓ ରୋଷେଇ ପରମ୍ପରା ମାଧ୍ୟମରେ ଏକ ଯାତ୍ରା ପ୍ରଦାନ କରୁଛି ।” ରାସ୍ତା ଓ ୟେତିର ଶୁଭାରମ୍ଭ ଭୁବନେଶ୍ୱର ସାଂସ୍କୃତିକ ଓ ଖାଦ୍ୟ ପରିଦୃଶ୍ୟ ପାଇଁ ଏକ ସଫଳ ଇଭେଂଟ୍ରେ ପରିଣତ ହେବା ପାଇଁ ପ୍ରସ୍ତୁତ ରହିଛି । ଲାଇଭ ମ୍ୟୁଜିକ ଓ ଥିମ୍ଡ ନାଇଟ୍ ପାଇଁ ନିଜର ପ୍ରତିଶ୍ରୁତି ସହିତ ରାସ୍ତା ସଙ୍ଗୀତପ୍ରେମୀଙ୍କ ପାଇଁ ଏକ ଲୋକପ୍ରିୟ ଗନ୍ତବ୍ୟସ୍ଥଳୀରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷଷର ୟେତି ଖାଦ୍ୟ ପ୍ରେମୀଙ୍କୁ ହିମାଳୟ ଅଂଚଳର ସ୍ୱାଦିଷ୍ଟ ଖାଦ୍ୟଗୁଡିକୁ ଆବିଷ୍କାର କରିବା ପାଇଁ ଆମନ୍ତ୍ରିତ କରୁଛି । ଜୟ ସିଂହ ଆହୁରି ମଧ୍ୟ କହିଛନ୍ତି, “ଭୁବନେଶ୍ୱରକୁ ଚୟନ କରିବା ଏକ ରଣନୈତିକ ଓ ହୃଦୟସ୍ପର୍ଶୀ ନିଷ୍ପତି ଥିଲା । ରାହୁଲଙ୍କ ସହ ଆମର ସହଭାଗିତା ତତ୍କାଳ ସଠିକ୍ ଅନୁଭବ ହୋଇଥିଲା, ଯାହା ଉତମ ସଙ୍ଗୀତ, ସମ୍ପ୍ରଦାୟର ଭାବନା ଓ ସ୍ୱତନ୍ତ୍ର ଖାଦ୍ୟକୁ ପାଳନ କରୁଥିବା ଏକ ସ୍ୱତନ୍ତ୍ର ଅଫରିଂ ପାଇଁ ମଂଚ ପ୍ରସ୍ତୁତ କରିଥିଲା । ଆମେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାସ୍ତା ଓ ୟେତିରେ ଏହି ମ୍ୟାଜିକାଲ ବ୍ଲେଣ୍ଡ୍ର ଅନୁଭୂତି ପାଇବା ପାଇଁ ସ୍ୱାଗତ କରୁଛୁ ।” ରାସ୍ତା ଓ ୟେତି ଏବେ ଭୁବନେଶ୍ୱରରେ ଦିନ ୧୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ, ଯାହା ସମସ୍ତଙ୍କୁ ଏହାର ସଙ୍ଗୀତ, ସଂସ୍କୃତି ଓ ଖାଦ୍ୟ ଉତ୍କର୍ଷତାର ଜୀବନ୍ତ ଦୁନିଆକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିଛି ।
Bhubaneswar (29/02/2024): Blenders Pride Glassware brings India’s first experiential Fashion Festival: Blenders Pride Glassware Fashion NXT Festival. This is an avant-garde festival that will offer the ultimate gateway into the world of style, glamour and innovation across the domains of fashion, culinary, music, and technology on 2nd March 2024 at Sandy’s Tower Lawns. Redefining fashion experiences for young millennials in India, Blenders Pride Glassware Fashion Nxt Festival is set to travel to Bhubaneswar. Renowned designer Nachiket Barve will present a fashion showcase with the stunning Sanya Malhotra as the showstopper, unveiling a unique collection that weaves influences from the distinctive themes of Fashion NXT 2024: Wanderluxe, Gloss & Glam, and Interglamatic. The 'FASHION NXT SPOTLIGHT, powered by FDCI,' will showcase emerging trends through designs by 9 eminent designers – Alpana Neeraj, Bloni, Antar Agni, Mandira Wirk, Geisha Designs, Verandah, Shweta Kapoor, Tanieya Khanuja and Nitin Bal Chauhan, representing diverse themes of the 2024 edition. Guests attending the event will have access to STYLE 360º Fashion pop-ups by brands like Nasher Miles, All You Can Street, Doodle Mapuls, Beardo and The Styling Room, offering immersive style experiences. Alongside, attendees can groove to upbeat performances by Ritviz & ProBros. Attendees also stand a chance to win exciting coupons and vouchers at the event! Date – March 2, 2024 Venue – Sandy’s Tower Lawns, Bhubaneswar Time – 4PM onwards Tickets available on Paytm Insider Scan to Buy Tickets image.png
ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍ ଏକ ନୂତନ ୫ଜି ସମନ୍ୱିତ ମେସିନ୍ ଲର୍ଣ୍ଣିଙ୍ଗ ଏବଂ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ପ୍ଲାଟଫର୍ମ ‘ଜିଓ-ବ୍ରେନ୍’ ଶୁଭାରମ୍ଭ କରିଛି । ଜିଓ-ବ୍ରେନ୍ ସମସ୍ତ ପ୍ରକାର ଶିଳ୍ପ ଏବଂ ବ୍ୟବସାୟ ପାଇଁ ଏକ ସମନ୍ୱିତ ମେସିନ୍ ଲର୍ଣ୍ଣିଙ୍ଗ ପ୍ଲାଟଫର୍ମ ପ୍ରଦାନ କରିଥାଏ । ଜିଓ-ବ୍ରେନ୍ ପ୍ଲାଟଫର୍ମ କମ୍ପାନୀର ବର୍ତ୍ତମାନର ନେଟୱାର୍କ ସହିତ ସହଜରେ ଏକାଠି କାର୍ଯ୍ୟ କରିବାର କରିବାର କ୍ଷମତା ରଖିଛି । ଏହାକୁ ବ୍ୟବହାର କରିବାକୁ, କମ୍ପାନୀଗୁଡିକ ସେମାନଙ୍କର ବର୍ତ୍ତମାନର ନେଟୱାର୍କକୁ ପରିବର୍ତ୍ତନ କରିବା ଆବଶ୍ୟକ ପଡିବ ନାହିଁ । ଟେଲିକମ୍ ନେଟୱର୍କ ହେଉ ବା ଏଣ୍ଟରପ୍ରାଇଜ୍ ନେଟୱାର୍କ କିମ୍ବା ଯେକୌଣସି ପ୍ରକାରର ଆଇଟି ନେଟୱାର୍କ, ଜିଓ-ବ୍ରେନ୍ ସମସ୍ତ ପ୍ରକାର ନେଟୱାର୍କ ସହିତ ସଂଯୁକ୍ତ ଭାବରେ କାର୍ଯ୍ୟ କରିପାରିବ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହ ସଜ୍ଜିତ ଏହି ଅଭିନବ ପ୍ଲାଟଫର୍ମ ଶହ ଶହ ଇଞ୍ଜିନିୟରଙ୍କ ଉଦ୍ୟମ ଏବଂ ଦୁଇ ବର୍ଷର ଗବେଷଣା ପରେ ବିକଶିତ ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ମେସିନ୍ ଲର୍ଣ୍ଣିଙ୍ଗକୁ ସହଜ କରିବାକୁ ଜିଓ-ବ୍ରେନ୍ ପ୍ଲାଟଫର୍ମ ୫୦୦ ରୁ ଅଧିକ ପ୍ରୟୋଗ ବା ଆପ୍ଲିକେସନ ସହିତ ସହିତ ସଜ୍ଜିତ ରହିଛି । ଚିତ୍ର, ଭିଡିଓ, ଲେଖା, ଡକ୍ୟୁମେଣ୍ଟ ପାଇଁ ଉନ୍ନତ ଏଆଇ ଫିଚର ଉପଲବ୍ଧ ରହିଛି । ସେହିପରି ଅନ୍ତର୍ନିହିତ (ଇନ୍-ବିଲ୍ଟ) ଏଆଇ ଆଲଗୋରିଦମ ସୁବିଧା ଜିଓ-ବ୍ରେନ୍ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ରହିଛି । ଜିଓ ପ୍ଲାଟଫର୍ମସ୍ ଏହାକୁ ୫ଜି ଏବଂ ଭବିଷ୍ୟତର ଟେକ୍ନୋଲୋଜି ୬ଜି ପାଇଁ ଉତ୍ପାଦ ଶୃଙ୍ଖଳ ବିକାଶ ଦିଗରେ ଏକ ମାଇଲଖୁଣ୍ଟ ଭାବରେ ବିଚାର କରୁଛି । ଜିଓ-ବ୍ରେନ୍ ଉଦ୍ୟୋଗଗୁଡ଼ିକୁ ପରିବର୍ତ୍ତନ ଏବଂ ନେଟୱାର୍କ ଅପ୍ଟିମାଇଜେସନ୍ କରିବା ଦିଗରେ ସହାୟତା କରିବା ସହିତ ୬ଜି ବିକାଶ ପାଇଁ ମଧ୍ୟ ମଞ୍ଚ ପ୍ରସ୍ତୁତ କରିବ, ଯେଉଁଥିରେ ମେସିନ୍ ଲର୍ଣ୍ଣିଙ୍ଗକୁ ଏକ ପ୍ରମୁଖ ସାମର୍ଥ୍ୟ ଭାବରେ ବିବେଚନା କରାଯାଉଛି । ଜିଓ-ବ୍ରେନ୍ ଇନୋଭେସନ୍ ଇକୋସିଷ୍ଟମ ପରିସର ବିସ୍ତାର କରିବାକୁ ସମାନ ଚିନ୍ତାଧାରା ସମ୍ପନ୍ନ ଏଆଇ ଏବଂ ମେସିନ୍ ଲର୍ଣ୍ଣିଙ୍ଗ ଗବେଷକମାନଙ୍କ ସହିତ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିଥିବା ପ୍ରକାଶ କରାଯାଇଛି ।
ଭୁବନେଶ୍ୱର: ଭାରତର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ 'ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି' କାର୍ଯ୍ୟକ୍ରମ ଆରମ୍ଭ କରିଛି । ପେଟ୍ରୋକେମିକାଲ୍ସ ଠାରୁ ଆରମ୍ଭ କରି ନୂତନ ଶକ୍ତି ପର୍ଯ୍ୟନ୍ତ ସମସ୍ତ ବିଭାଗରେ ସ୍ନାତକ ଇଞ୍ଜିନିୟର ନିଯୁକ୍ତି କରିବାକୁ ଏହା ଲକ୍ଷ୍ୟ ରଖିଛି । କମ୍ପାନୀର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଗ୍ରାଜୁଏଟ୍ ଇଞ୍ଜିନିୟର୍ ଟ୍ରେନି (ଜିଇଟି) ୨୦୨୪ କାର୍ଯ୍ୟକ୍ରମ ନାମରେ ରିଲାଏନ୍ସ ଭାରତର ବିଭିନ୍ନ ସ୍ଥାନରୁ ଯୁବ ଇଞ୍ଜିନିୟରମାନଙ୍କ ପାଇଁ ପ୍ରବେଶ ସ୍ତରରେ ନିଯୁକ୍ତି ଅଭିଯାନ ଆରମ୍ଭ କରିଛି । ଏହାର ଉଦ୍ଦେଶ୍ୟ ହେଉଛି ବ୍ୟବସାୟ କ୍ଷେତ୍ରରେ ପ୍ରମୁଖ ବୈଷୟିକ ଭୂମିକାରେ ଯୁବ ତଥା ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନିୟରିଂ ପ୍ରତିଭା ନିଯୁକ୍ତ କରିବା । ଏହି ବର୍ଷ ଆବେଦନ ପ୍ରକ୍ରିୟା ପ୍ରଥମ ଥର ପାଇଁ ଅନଲାଇନରେ ମାଧ୍ୟମରେ କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଜାନୁୟାରୀ ୧୧ ରୁ ଆରମ୍ଭ ହୋଇଛି । ପଞ୍ଜୀକରଣ ପାଇଁ ଶେଷ ତାରିଖ ହେଉଛି ଜାନୁୟାରୀ ୧୯ । ଏହି କାର୍ଯ୍ୟକ୍ରମ ଅଧୀନରେ, କମ୍ପାନୀ ପକ୍ଷରୁ ଏଆଇସିଟିଇ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନ ଗୁଡିକର ରସାୟନ (କେମିକାଲ), ଇଲେକ୍ଟ୍ରିକାଲ, ଯାନ୍ତ୍ରିକ (ମେକାନିକାଲ) ଓ ଇନଷ୍ଟ୍ରୁମେଣ୍ଟେସନ ଭଳି ବିଭିନ୍ନ ବିଭାଗର ୨୦୨୪ ବ୍ୟାଚ୍ ବି.ଟେକ୍ ଏବଂ ବି.ଇ. ସ୍ନାତକମାନଙ୍କ ଠାରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି । ମନୋନୀତ ଛାତ୍ରଛାତ୍ରୀମାନେ ଫେବୃଆରୀ ୫ ରୁ ୮ ତାରିଖ ମଧ୍ୟରେ ଅନଲାଇନ୍ ମୂଲ୍ୟାଙ୍କନ (ଜ୍ଞାନଗତ ପରୀକ୍ଷା ଏବଂ ବିଷୟବସ୍ତୁ) ରେ ସାମିଲ ହେବେ । ଏଥିରେ ସଫଳ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଫେବୃଆରୀ ୨୩ ରୁ ମାର୍ଚ୍ଚ ୧ ତାରିଖ ମଧ୍ୟରେ ସାକ୍ଷାତକାର ନିଆଯିବ । ମାର୍ଚ୍ଚ ଶେଷରେ ଚୟନ ପ୍ରକ୍ରିୟା ଶେଷ ହେବ ।
ଭୁବନେଶ୍ୱର: ଦେଶର ଅନ୍ୟତମ ବୃହତ୍ତମ ଆର୍ଥିକ ସେବା ଗୋଷ୍ଠୀର ବଜାଜ ଫାଇନ ସର୍ଭିସର ଅଂଶ ବଜାଜ ଫାଇନାନ୍ସ ଲିମିଟେଡ ଆଜି ଏହାର ଆପ୍ ଏବଂ ୱେବସାଇଟ୍ ମାଧ୍ୟମରେ ବୁକ୍ ହୋଇଥିବା ଜମା ଉପରେ 8.85% ପର୍ଯ୍ୟନ୍ତ ସ୍ୱତନ୍ତ୍ର ହାର ପ୍ରଦାନ କରି ଡିଜିଟାଲ ଫିକ୍ସଡ ଡିପୋଜିଟ (ଏଫଡି) ଆରମ୍ଭ କରିବାକୁ ଘୋଷଣା କରିଛି। ନୂତନ ବର୍ଷର ଆରମ୍ଭ ସହିତ, ଡିଜିଟାଲ୍ ଫିକ୍ସଡ ଡିପୋଜିଟ (ଏଫଡି) ଗ୍ରାହକଙ୍କୁ ଡିଜିଟାଲ୍ ବ୍ୟବହାର କରିବାକୁ ଉତ୍ସାହିତ କରି ଜମା ବୁକ୍ କରିବାରେ ଡିଜିଟାଲ୍ ମୋଡ୍ ସାହାଯ୍ୟ କରି ସଞ୍ଚୟ ଅଭିଜ୍ଞତାକୁ ରୂପାନ୍ତରିତ କରୁଛି | ଜାନୁୟାରୀ 2, 2024 ଠାରୁ ବଜାଜ ଫାଇନାନ୍ସ ବଜାଜ ଫିନ୍ ସର୍ଭ ଆପ୍ ଏବଂ ୱେବରେ ବୁକ୍ ହୋଇଥିବା ଫିକ୍ସଡ ଡିପୋଜିଟ (ଏଫଡି) ପାଇଁ 42 ମାସ କାର୍ଯ୍ୟକାଳ ପାଇଁ ବରିଷ୍ଠ ନାଗରିକମାନଙ୍କୁ ବାର୍ଷିକ 8.85% ପର୍ଯ୍ୟନ୍ତ ଅଫର୍ ଦେଉଛି | 60 ବର୍ଷରୁ କମ୍ ଜମାକାରୀମାନେ ବାର୍ଷିକ 8.60 ପ୍ରତିଶତ ପର୍ଯ୍ୟନ୍ତ ରୋଜଗାର କରିପାରିବେ | ସଂଶୋଧିତ ହାରଗୁଡିକ ତାଜା ଜମା ଏବଂ 42 ମାସର କାର୍ଯ୍ୟକାଳ ପାଇଁ 5 କୋଟି ଟଙ୍କା ପର୍ଯ୍ୟନ୍ତ ପରିପକ୍ୱ ଜମା ନବୀକରଣ ଉପରେ ପ୍ରଯୁଜ୍ୟ ହେବ | ସଚିନ ସିକ୍କା, ମୁଖ୍ୟ - ଫିକ୍ସଡ ଡିପୋଜିଟ ଆଣ୍ଡ ଇନଭେଷ୍ଟମେଣ୍ଟ, ବଜାଜ ଫାଇନାନ୍ସ କହିଛନ୍ତି, “ଆମର ସରଳ ପ୍ରକ୍ରିୟା, ଆକର୍ଷଣୀୟ ସୁଧ ହାର ଏବଂ ଗ୍ରାହକ-ଅନୁକୂଳ ନୀତି ବଜାଜ ଫାଇନାନ୍ସ ଫିକ୍ସଡ ଡିପୋଜିଟ (ଏଫଡି) ସହିତ ଗ୍ରାହକଙ୍କ ଅଭିଜ୍ଞତାକୁ ବ୍ୟାଖ୍ୟା କରେ। 2 ବର୍ଷରେ ଆମର ଜମା ପୁସ୍ତକର 2 ଗୁଣ ବୃଦ୍ଧି ମଧ୍ୟ ବଜାଜ ବ୍ରାଣ୍ଡରେ ଥିବା ଟ୍ରଷ୍ଟ ଗ୍ରାହକଙ୍କ ସ୍ଥାନ ପାଇଁ ଏକ ପ୍ରମାଣ | ଆମର ଫିକ୍ସଡ ଡିପୋଜିଟ (ଏଫଡି) ଗୁଡିକ ବର୍ତ୍ତମାନ ଜମାକାରୀଙ୍କୁ ଡିଜିଟାଲ୍-ପ୍ରଥମେ ଭାବିବାକୁ ଊସ୍ଛାହିତ କରେ | ଏହା ଏକ ସରଳ ଏଣ୍ଡ-ଟୁ-ଏଣ୍ଡ ଡିଜିଟାଲ ଯାତ୍ରା ଭାବରେ ନିର୍ମିତ ହୋଇଛି ଯାହାକି ଅଧିକ ସୁଧ ହାର ସହିତ ବଜାଜ ଫିନ୍ ସର୍ଭ ଆପ୍ ଏବଂ ୱେବରେ ଉପଲବ୍ଧ | ଏହା ଡିଜିଟାଲ ଯୁଗରେ ଏଫଡି ଖୋଲିବା ଅଭିଜ୍ଞତାକୁ ଆଣିଥାଏ।” ସେପ୍ଟେମ୍ବର 30, 2023 ସୁଦ୍ଧା ବଜାଜ ଫାଇନାନ୍ସରେ ଏହାର ଆପ୍ ପ୍ଲାଟଫର୍ମରେ 44.68 ନିୟୁତ ନେଟ ବ୍ୟବହାରକାରୀଙ୍କ ସହିତ 76.56 ମିଲିୟନ ଗ୍ରାହକ ଅଛନ୍ତି। ଡାଟା.ଆଇଓ ରିପୋର୍ଟ ଅନୁଯାୟୀ ବଜାଜ ଫିନ୍ ସର୍ଭ ଆପ୍ ହେଉଛି ଭାରତର ପ୍ଲେଷ୍ଟୋରରେ ଆର୍ଥିକ ଡୋମେନ ଗୁଡିକ ମଧରେ ଚତୁର୍ଥ ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ | ସେପ୍ଟେମ୍ବର 30, 2023 ସୁଦ୍ଧା 54,821 କୋଟି ରୁ ଅଧିକ ମୂଲ୍ୟର ଏକୀଭୂତ ଜମା ବୁକ୍ ଏବଂ 1.4 ମିଲିୟନରୁ ଅଧିକ ଜମା ସହିତ ସହିତ କମ୍ପାନୀ ଦେଶର ସର୍ବ ବୃହତ ଜମା ଗ୍ରହଣକାରୀ ଏନ ବି ଏଫ ସି ଭାବରେ ଉଭା ହୋଇଛି | ବଜାଜ ଫାଇନାନ୍ସ ଫିକ୍ସଡ ଡିପୋଜିଟ ପ୍ରୋଗ୍ରାମରେ କ୍ରିସିଲ ର ଏଏଏ / ସ୍ଥିର ଏବଂ ଆଇସିଆରଏ ର ଏଏଏ (ସ୍ଥିର) ସହିତ ସର୍ବାଧିକ ସ୍ଥିରତା ମୂଲ୍ୟାୟନ ରହିଛି, ଯାହା ନିବେଶକମାନଙ୍କ ପାଇଁ ଏକ ସୁରକ୍ଷିତ ବିନିଯୋଗ ବିକଳ୍ପ ପ୍ରଦାନ କରିଥାଏ | କମ୍ପାନୀର ଆପ୍ ଏକ ଇନଭେଷ୍ଟମେଣ୍ଟ ମାର୍କେଟପ୍ଲେସ୍ ମଧ୍ୟ ପ୍ରଦାନ କରେ ଯେଉଁଠାରେ ଗ୍ରାହକମାନେ ବିଭିନ୍ନ ପ୍ରକାରର ମ୍ୟୁଚୁଆଲ୍ ଫଣ୍ଡ୍ ପାଇପାରିବେ |