ଢେଙ୍କାନାଳରେ ଜମିଲାଣି ନିର୍ବାଚନ ପ୍ରଚାର, ତିନି ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରବିନାରାୟଣ ପଧାନ

ରାଜନୀତି
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ତିନି ନମ୍ବର ଜୋନର ଜିଲ୍ଲାପରିଷଦ ପ୍ରାର୍ଥୀ ରବିନାରାୟଣ ପଧାନ ନିଜ ସମର୍ଥନ ମାନଙ୍କ ମାଧ୍ୟମରେ ଭୋଟରଙ୍କ ପାଖରେ ନିକଟର ହେବାରେ ଜୋରଦାର ଲାଗିପଡିଛନ୍ତି କର୍ମୀ ।ରବିନାରାୟଣ ପଧାନ ପ୍ରଥମ ଥର କରି ବିଜେଡି ଦଳ ପକ୍ଷରୁ ଜିଲ୍ଲାପରିଷଦ ଟିକେଟ ପାଇଛନ୍ତି!ପୂର୍ବରୁ ତାଙ୍କ ସ୍ତ୍ରୀ ଦୁଇ ଥର ସରପଞ୍ଚ ଭାବରେ ମାକୁଆକାଟେଣୀ ପଂଚାୟତରେ ବିଜୟୀ ହୋଇଥିଲେ। ରବିନାରାୟଣ ପଧାନ ଜଣେ ସଚୋଟ ପରୋପକାରୀ ବ୍ୟକ୍ତି ଥିବାରୁ ଭୋଟର ଏବଂ ସମର୍ଥନ ମାନଙ୍କର ଅନେକ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଛି। ଗାଁ କୁ ଗାଁ ଯାଇ ନିଜ ସମର୍ଥନ ମାନଙ୍କୁ ନେଇ ଭୋଟର ମାନଙ୍କ ପାଖରେ ପହଂଚି ଓଡିଶା ସରକାରଙ୍କ ଉନ୍ନତ ମୂଳକ ଯୋଜନା ବୁଝେଇ ଭୋଟ ମାଗୁଛନ୍ତି। ପୂର୍ବତ୍ତନ ଜିଲ୍ଲାପରିଷଦ ରମେଶ ଚନ୍ଦ୍ର ମିଶ୍ର, ଆମ୍ବୁଜ ସାହୁ, ବାବୁଲି ମହାରଣା, ଉମାକାନ୍ତ ସାହୁ, ପ୍ରମୋଦ ସାହୁ, ଧରଣୀ ସାହୁ, ପରଜଙ୍ଗ ବିଧାୟକଙ୍କ ସୁପୁତ୍ର ଅସିତ କୁମାର ରାୟଚୌଧୁରୀ ଏବଂ ଜିଲ୍ଲାପରିଷଦ ପ୍ରାର୍ଥୀ ରବିନାରାୟଣ ପଧାନ ଭୋଟ ମାଗିଥିଲେ।

powered by social2s