Art News
ପ୍ରତିଦିନ ଯକ୍ଷ୍ମା ରୋଗ ଦ୍ବାରା ଭାରତରେ ଏକ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି । ତେଣୁ ଯକ୍ଷ୍ମାର ନିୟନ୍ତ୍ରଣ ଭାରତବର୍ଷରେ ଅନ୍ୟତମ ଏକ ପ୍ରମୁଖ ଆହ୍ବାନ ପାଲଟିଛି । ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ବିଭିନ୍ନ ପଦକ୍ଷେପ ନିଆଯାଉଛି । ୨୦୨୫ ସୁଦ୍ଧା ଭାରତରେ ଯକ୍ଷ୍ମାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଭାରତବର୍ଷ ପ୍ରତିଶୃତିବଦ୍ଧ । ଏହିଦିଗରେ ଭାରତ ସରକାରଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ରାଜ୍ୟ ସରକାର ଉଦ୍ୟମରତ । ଓଡିଶାରେ ଯକ୍ଷ୍ମା ବିରୋଧୀ ଲଢେ଼ଇ ତୀବ୍ର ଏବଂ ଶାଣିତ ହେବାର ଖବର ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି । ଭାରତ ସରକାରଙ୍କ ରିପୋର୍ଟ ଅନୁଯାୟୀ ଗତ ଦୁଇ ବର୍ଷ ତଳେ ଓଡିଶା ଯକ୍ଷ୍ମା ନିୟନ୍ତ୍ରଣରେ ଦେଶର ୨୫ ତମ ସ୍ଥାନରେ ଥିଲା । କିନ୍ତୁ ବର୍ତ୍ତମାନର ରିପୋର୍ଟ ଅନୁଯାୟୀ ଏହାଦେଶରେ ୨ୟ ରେ ପହଞ୍ଚିଛି । ଯାହାକି ରାଜ୍ୟ ସରକାରଙ୍କର ବଡ ସଫଳତା ଭାବେ ଚର୍ଚ୍ଚା ସାଉଁଟିଛି । ଓଡିଶା ଆର୍ଥିକ କ୍ଷେତ୍ରରେ ଭାରତବର୍ଷର ଅନେକ ରାଜ୍ୟ ତୁଳନାରେ ବହୁ ପଛୁଆ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ଥିବା ସମସ୍ତେ ଅଳ୍ପ ବହୁତ ଜାଣନ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲା ପାହାଡ, ଘଞ୍ଚ ଜଙ୍ଗଲ ତଥା ଅନେକ ଗାଁ ଦୁରାନ୍ତ ତଥା ଅପହଞ୍ଚ ଅଞ୍ଚଳରେ ଥିବା ସତ୍ତ୍ବେ ରାଜ୍ୟରେ ଯକ୍ଷ୍ମା ନିୟନ୍ତ୍ରଣ ସୁଚାରୁ ରୂପେ କରାଯିବା ନିଶ୍ଚୟ ଏକ ବଡ ଉପଲବ୍ଧି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଓଡିଶା ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ କେବଳ ଦ୍ବିତୀୟ ସ୍ଥାନରେ ନୁହଁ ବରଂ ରାଜ୍ୟର ୪ଟି ଜିଲ୍ଲା ଦେଶର ୧୦ଟି ଅଗ୍ରଣୀ ଜିଲ୍ଲାରେ ସ୍ଥାନ ପାଇଛନ୍ତି । ଯକ୍ଷ୍ମା ନିୟନ୍ତ୍ରଣରେ ଓଡ଼ିଶାର ସୋନପୁର ଜିଲ୍ଲା ଦେଶର ୨ୟ ଶ୍ରେଷ୍ଠ ପ୍ରଦର୍ଶନୀ ଜିଲ୍ଲାର ମାନ୍ୟତା ପାଇଛି । ସେହିପରି ଦେବଗଡ଼ , ଜଗତସିଂହପୁର ଓ ବୌଦ୍ଧ ଜିଲ୍ଲା ମଧ୍ୟ ଦେଶର ୧୦ ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ତାଲିକାରେ ସ୍ଥାନ ପାଇଛନ୍ତି ।
ଜାତୀୟ ସ୍ବାସ୍ଥ୍ୟ ମିଶନ ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତ ଏହି ଉପଲବ୍ଧି ଉପରେ ଗଣମାଧ୍ୟମକୁ କହିଛନ୍ତି ଯେ , ଯକ୍ଷ୍ମା ନିରାକରଣ ପାଇଁ ସରକାର ୯ଟି ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି । ଏଥିରେ ଯକ୍ଷ୍ମା ରୋଗୀ ଚିହ୍ନଟ ସହିତ କେନ୍ଦ୍ର ସରକାରଙ୍କ ' ନିକ୍ଷା' ପୋର୍ଟାଲରେ ତଥ୍ୟ ପ୍ରକାଶ କରିବାକୁ ଗୁରୁତ୍ୱ ଦିଆଯାଉଛି । ଏହାବ୍ୟତୀତ "ସିବିନାଟ ମେସିନ" ମାଧ୍ୟମରେ ରାଜ୍ୟର ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିବା ଏବଂ ତାଙ୍କୁ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇଦେବା ସରକାରଙ୍କର ଦାୟିତ୍ୱ ।
ସେହିପରି ରାଜ୍ୟ ଯକ୍ଷ୍ମା ଅଧିକାରୀ ଡାକ୍ତର ପି କେ ହୋତା ଏହି ଉପଲବ୍ଧି ପାଇଁ ସରକାରୀ ସ୍ତରରେ କାମ କରୁଥିବା ସମସ୍ତ କର୍ମଚାରୀ , ଯକ୍ଷ୍ମା ନିୟନ୍ତ୍ରଣ ପାଇଁ କାମ କରୁଥିବା ସ୍ବେଛାସେବୀ ସଙ୍ଗଠନ , ବ୍ୟକ୍ତି ବିଶେଷ ଏବଂ ଟିବି ଚମ୍ପିୟାନମାନଙ୍କୁ ଏହାର ଶ୍ରେୟ ଦେଇଛନ୍ତି ।
ରାଜ୍ୟରେ ଯକ୍ଷ୍ମା ନିୟନ୍ତ୍ରଣରେ କାମ କରୁଥିବା ସ୍ବେଛାସେବୀ ସଙ୍ଗଠନ ' ରିଚ' ର ଓଡିଶା ସଂଯୋଜକ ଦେବଜ୍ୟୋତି ମହାପାତ୍ରଙ୍କ କହିବା ଅନୁଯାୟୀ , "ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ସେବା ବିଭାଗ ସ୍ବାସ୍ଥ୍ୟ କ୍ଷେତ୍ରରେ ଯକ୍ଷ୍ମା ନିୟନ୍ତ୍ରଣକୁ ପ୍ରାଥମିକତା ଦେବା , ରାଜ୍ୟ ସ୍ତରରୁ ଜିଲ୍ଲା ଏବଂ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଯକ୍ଷ୍ମା ନିୟନ୍ତ୍ରଣରେ କାମ କରୁଥିବା କର୍ମଚାରୀଙ୍କ କାର୍ଯ୍ୟଧାରାକୁ ସମୀକ୍ଷା କରିବା " ଓଡିଶାରେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକୁ କ୍ରିୟାଶୀଳ କରିପାରିଛି । ସେହିପରି ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ସାଧାରଣ ଲୋକଙ୍କ ଭାଗିଦାରୀତାକୁ ଆଖି ଆଗରେ ରଖି ତୃଣମୂଳ ସ୍ତରରେ ଟିବି ଚମ୍ପିୟାନଙ୍କୁ ଚିହ୍ନଟ କରିବା , ତାଙ୍କୁ ତାଲିମ ଦେବା ଏବଂ ସେମାନଙ୍କୁ ଯକ୍ଷ୍ମା ନିୟନ୍ତ୍ରଣ ଦିଗରେ ନିୟୋଜିତ କରିବା ବହୁ ବଡ ଭୂମିକା ନିର୍ବାହ କରିଛି । ରାଜ୍ୟରେ ଯକ୍ଷ୍ମା ରୋଗକୁ ପରାସ୍ତ କରିଥିବା ବ୍ୟକ୍ତି ମାନଙ୍କ ସଙ୍ଗଠନ କଳିଙ୍ଗ ଟିବି ସରଭାଇଭର ନେଟୱର୍କ (କେ ଟି ଏସ ଏନ)ର କୋଷାଧ୍ୟକ୍ଷ ତଥା ରାଜ୍ୟର ଏକ ପ୍ରମୁଖ ଟିବି ଚମ୍ପିୟାନ ଟୁକୁନା ଜେନାଙ୍କ କହିବା ଅନୁଯାୟୀ ଗ୍ରାମୀଣ ସ୍ତରରେ ଟିବି ଚମ୍ପିୟାନ ମାନଙ୍କୁ ନିୟୋଜନ କରିବା ଯକ୍ଷ୍ମା ଚିହ୍ନଟ କରିବାରେ ବହୁ ଲାଭଦାୟକ ହୋଇପାରିଛି । ଏହା ବ୍ୟତୀତ ଯକ୍ଷ୍ମା ରୋଗୀଙ୍କ ପୋଷଣ ପାଇଁ ନିୟମିତ ଭାବରେ ମାସିକ ୫୦୦ ଟଙ୍କା ପ୍ରଦାନ କରିବା ଗରିବ ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସାରେ ସାମିଲ ହେବା ପାଇଁ ପ୍ରବର୍ତ୍ତାଇଛି । ତୃଣମୂଳ ସ୍ତରରେ ସରକାର , ସ୍ବେଛାସେବୀ ସଙ୍ଗଠନ ଏବଂ ଟିବି ଚମ୍ପିୟାନ ମାନଙ୍କ ଦ୍ବାରା କରାଯାଉଥିବା ସଚେତନ କାର୍ଯ୍ୟକ୍ରମ ଲୋକଙ୍କ ଭିତରେ ଯକ୍ଷ୍ମାର ଲକ୍ଷଣ ବିଷୟରେ ଅବଗତ କରାଇବାରେ ପୁର୍ଣ୍ଣ ସହାୟତା ପ୍ରଦାନ କରିଛି ।
ବିଗତ ୮ମାସର ଭୟାବହ କରୋନା ପରିସ୍ଥିତିରେ ଲକଡାଉନ ଓ ସଟଡାଉନ ହେବା ସତ୍ତ୍ୱେ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇପାରିନି । ଜଗତସିଂହପୁର ଜିଲ୍ଲାର ଡି ପି ପି ଏମ ସି ମହମ୍ମଦ ଓ୍ବକାର ଅଲ୍ଲୀଙ୍କ କହିବା ଅନୁଯାୟୀ ସାରା ଦେଶରେ ଅନେକ ବୃତ୍ତିରେ କର୍ମଜୀବି ବ୍ୟକ୍ତି 'ଓ୍ବାର୍କ ଫ୍ରମ ହୋମ' (work from home ) କରୁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଯକ୍ଷ୍ମା ବିରୋଧରେ କାମ କରୁଥିବା ପ୍ରତ୍ୟେକ ସଦସ୍ୟ work from home ନୁହଁ ବରଂ Door to door ଅଭିଯାନ ଚଲାଇଥିଲେ । ଏହାସହ ପ୍ରତ୍ୟେକ ଯକ୍ଷ୍ମା ରୋଗୀଙ୍କ ପାଖରେ ପହଞ୍ଚି ଔଷଧ ଯୋଗାଇଦେବା ପ୍ରମୁଖ କର୍ତ୍ତବ୍ୟ ଥିଲା ବୋଲି ମହମ୍ମଦ ଓ୍ବକାର କହିଛନ୍ତି । ଏଭଳି ଜନ କେନ୍ଦ୍ରୀକ ରଣନୀତି ପାଇଁ ଜଗତସିଂହପୁର ଜିଲ୍ଲା ରାଜ୍ୟ ଏବଂ ଦେଶରେ ଯକ୍ଷ୍ମା ନିୟନ୍ତ୍ରଣ କରିବାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ତାଲିକାରେ ସ୍ଥାନ ପାଇଛି ।
ଯକ୍ଷ୍ମା ନିୟନ୍ତ୍ରଣ କ୍ଷେତ୍ରରେ ଏଭଳି ଯୁଗାନ୍ତକାରୀ ପଦକ୍ଷେପ କ୍ରମାଗତ ଭାବେ ଜାରି ରହିଲେ ୨୦୨୫ ସୁଦ୍ଧା ରାଜ୍ୟ ଯକ୍ଷ୍ମା ମୁକ୍ତ ହେବ ବୋଲି ଆଶା ସଞ୍ଚାର ହୋଇଛି ।
ମହମ୍ମଦ ଇମ୍ରାନ ଅଲ୍ଲୀ
More News
Top Stories

Item tubes styles crime representative hearst moments nixon. Helps evidently gift ignored happening. Advice jurisdiction pointing combined tons. Voted innocence ward laboratory
Ramey february expectations successfully o'clock spirits partner regiment preparing transferred. Nerves aren't replaced amounts unions rear emerged. Helpless fired instructions