ଭଦ୍ରକ: ଭଦ୍ରକ ଜିଲ୍ଲା ଆମ୍ବରୋଳି ପଞ୍ଚାୟତ ତଳାଙ୍ଗ ୨ ନମ୍ବର ବୁଥ୍ ରେ କଥା କଟାକଟି ହୋଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜନା ଯୋଗୁଁ ବହୁ ସମୟ ଧରି ବନ୍ଦ ରହିଛି ମତଦାନ। ବୁଥ୍ ରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଲା ପୋଲିସ। ସେପଟେ କଟକ ସଦର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ନମିତା ବେହେରାଙ୍କର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବାରୁ ମତଦାନ ବନ୍ଦ ରହିଛି। ତେବେ ଅନ୍ୟ ପଦ ପାଇଁ ଭୋଟିଙ୍ଗ ଜାରି ରହିଛି। ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟା ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ମତଦାନ।
powered by social2s