ତୋଷାଳି ରେ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ଷ୍ଟଲରେ ଭିଡ଼

ମନୋରଞ୍ଜନ / କ୍ରୀଡା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 


ଭୁବନେଶ୍ବର: କିନ୍ନର ମାନଙ୍କୁ ସଶକ୍ତୀକରଣ କରିବା ଲକ୍ଷ୍ୟ ନେଇ ଟିଜି ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ତୋଷାଳି ମହୋତ୍ସବକୁ ଷ୍ଟଲ ଆସିଛି। ଏଥିରେ କିନ୍ନର ମାନଙ୍କ ହାତ ତିଆରି ମାସ୍କ, ପିପିଲି ପ୍ରସିଦ୍ଧ ଚାନ୍ଦୁଆ, ଉଲ୍ ନିର୍ମିତ ଶୀତ ବସ୍ତ୍ର ସହ ଟେରାକୋଟା ର ବିଭିନ୍ନ ସାମଗ୍ରୀ ବିକ୍ରୀ ହେଉଛି। ଷ୍ଟଲରେ କରୋନା ସଚେତନତା ବାର୍ତ୍ତା ଦିଆଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଟ୍ରଷ୍ଟର ସଭାପତି ମେନକା ପରିଡା କହିଛନ୍ତି।

ଷ୍ଟଲ ରେ ସବୁଦିନ ସନ୍ଧ୍ୟାରେ ଭିଡ଼ ଦେଖିବାକୁ ମିଳୁଛି।

ସେହିଭଳି ବିଶ୍ୱ ମହାମାରୀ କରୋନ ସମୟରେ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ, ହାତ ତିଆରି ମାସ୍କ ବଣ୍ଟନ ସହ ବିଭିନ୍ନ ସମୟରେ ସାନିଟାଇଜେସନ୍ କାର୍ଯ୍ୟକ୍ରମ କରାଯାଇଥିବା ସେ କହିଛନ୍ତି।

powered by social2s